ତୁରକେଲ ବ୍ରିଜରେ ଟ୍ରକ ବାଇକ ଧକ୍କା , ଚାଳକ ମୃତ

କଳାହାଣ୍ଡି , (ଯୁଗାବ୍ଦ ନ୍ୟୁଜ) ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ତୁରକେଲ ବ୍ରିଜ ନିକଟରେ ଏକ ଟ୍ରକ ବାଇକ ଧକ୍କା ହୋଇ ଦୁର୍ଘଟଣା ଘଟିଛି । ସୁଚନାଯୋଗ୍ୟ, ବ୍ରିଜ ନିକଟରେ ଏକ ଟ୍ରକ ବାଇକ ଚାଳକଙ୍କୁ ଧକ୍କା ଦେବାରୁ ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟା ଜଣେ ଗୁରୁତର ଅବସ୍ଥାରେ ଭବାନୀପାଟଣା ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ମୃତ ବ୍ୟକ୍ତି ଜଣକ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡାର ପରିଚୟ ମିଳିଥିବା ବେଳେ କୌଣସି କାମ ପାଇଁ ଭାବିନୀପାଟଣା ଅଭିମୁଖେ ଆସୁଥିବା ବେଳେ ବ୍ରିଜ ଉପରେ ଏକ ବଡ଼ ଗାତ ତଳେ ବାଇକ ପଡି ଯିବା ଫଳରେ ପଛପଟୁ ଆସୁଥିବା ଟ୍ରକଟି ଜଣଙ୍କର ଉପରେ ମାଡି ଯିବାରୁ ଘଟଣା ସ୍ଥଳରେ ହି ତାଙ୍କର ମୃତ୍ୟୁ ଘଟିଛି। କଲରାପଡା ପୋଲିସ ଖବହର ପାଇ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିବା ସହ ଦୁର୍ଘଟଣା ଘଟିଥିବା ଟ୍ରକ ଟିକୁ ଅଟକ ରଖିଥିବା ବେଳେ ଶବ ଉଦ୍ଧାର କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ