ତୁରନ୍ତ ଧାନ କିଣିବା ଦାବୀ ନେଇ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କଲେ ଲକ୍ଷ୍ମୀପୁର ଗ୍ରାମର ଚାଷୀ

ଛତ୍ରପୁର,(ଦେବଦତ୍ତ ମହାରଣା): ଟୋକନ ଅବଧି ସରିବାକୁ ଗଲାଣି ହେଲେ ଚାଷୀଙ୍କ ଧାନ କିଣାଯାଉ ନାହିଁ । ଏହାକୁ ନେଇ ଚାଷୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଚାଷୀମାନେ ବର୍ଷତମାମ ବିଲରେ କାର୍ଯ୍ୟକରି ଅମଳ କରିଥିବା ଧାନ ଟିକୁ ବିକ୍ରି କରିଲେ ନିଜ ନିଜ ପରିବାର ଚଳାଇବା ନିମନ୍ତେ ମାତ୍ର ଏହାର ଛତ୍ରପୁର ବ୍ଲକରେ ବ୍ୟତିକ୍ରମ ହେବାର ଦେଖିବାକୁ ମିଳିଛି । ଦୀର୍ଘ ୩ ମାସ ହେଲା ସେମାନେ ଅମଳ କରିଥିବା ଧାନ ଖଳାରେ ପକାଇଛନ୍ତି । ଛତ୍ରପୁର ବ୍ଲକ ଅନ୍ତର୍ଗତ ଲକ୍ଷ୍ମୀପୁର ଗ୍ରାମ ମହିଳା ସ୍ୱସହାୟିକା ଗୋଷ୍ଠୀ ମାଧ୍ୟମରେ ଲକ୍ଷ୍ମୀପୁର, ଗୋବିନ୍ଦପୁର ଓ ନାଉଳି ଗ୍ରାମ ର ଚାଷୀଙ୍କ ଚଳିତ ବର୍ଷ ଧାନ ବିକ୍ରି କରିବା ନିମନ୍ତେ ନିର୍ଦ୍ଦେଶ ରହିଛି । ପଂଚାୟତରେ ୫୬୦ ଜଣଙ୍କ ଟୋକନ ଆସିଥିବା ବେଳେ ଆଜି ପର୍ଯ୍ୟନ୍ତ କେବଳ ୧୭୦ ଜଣଚାଷୀଙ୍କ ମହିଳା ଗୋଷ୍ଠୀଙ୍କ ଜରିଆରେ ଧାନ କିଣାଯାଇଛି । ଆଉ ବଳକା ଚାଷୀଙ୍କ ଧାନ ଟାର୍ଗେଟ ନିଥିବା ଦର୍ଶାଇ କିଣାଯାଇ ନଥିବା ଜଣାପଡିଛି । ଯୋଗାଣ ବିଭାଗ କହିୁଛନ୍ତି ଟାର୍ଗେଟ ଯଥେଷ୍ଟ ପରିମାଣ ଅଛି ମାତ୍ର ମିଲରଙ୍କୁ ଟାର୍ଗେଟ ମିଳିନାହିଁ । ଏହାଫଳରେ ଚାଷୀାମନେ ଦୋଛକିରେ ଗତି କରୁଛନ୍ତି ।ସେମାନଙ୍କ ଧାନ କିପରୀ କିଣାଯିବ ସେଥିନିମନ୍ତେ ଚିନ୍ତାରେ ରହିଛନ୍ତି ଚାଷୀ । ଏନେଇ ଗୁରୁବାର ଟୋକନ ଆସିଥିବା ଚାଷୀଙ୍କ ଧାନ ତୁରନ୍ତ କିଣିବା ଦାବୀ ନେଇ ଲକ୍ଷ୍ମୀପୁର ଗ୍ରାମର ବହୁ ଚାଷୀ ମାନେ ଗଞ୍ଜାମ ଜିଲ୍ଲାପାଳଙ୍କ ଜରିଆରେ ଦାବି ପତ୍ର କରିବା ସହ ଜିଲ୍ଲା ଯୋଗାଣ ଅଧିକାରୀଙ୍କ ଦ୍ୱାରସ୍ତ ହୋଇଛନ୍ତି । ସେମାନଙ୍କ ଧାନ ତୁରନ୍ତ କିଣାନଗଲେ ଆଗାମୀ ଦିନରେ ଚାଷୀ ମାନେ ରାଜରାସ୍ତାକୁ ଓହ୍ଲାଇବେ ଏବଂ ଆତ୍ମହତ୍ୟା କରିବେ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି । ଉକ୍ତ ଦାବୀ ପତ୍ର ପ୍ରଦାନ ବେଳେ ଏମ୍ .ମୋହନ ରାଓ, ଏମ୍ ଶିବାଜୀ ପାତ୍ର,ଏମ୍ ସୁଷମା ପାତ୍ର,ବୁଲୁ ବିଷୋୟୀ,ଏ.କୁଷୁମ ରେଡ୍ଡି, ସୁରେନ୍ଦ୍ର ମହାଙ୍କୁଡ, ଗୁଣ୍ଡିଚା ସାହୁ, ଗଣେଷ ନାହାକଙ୍କ ସମେତ ଗ୍ରାମର ବହୁ ଚାଷୀ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ