ତୁରେଇନିକିତିମାଲରେ ଅଷ୍ଟପ୍ରହର ନାମଯଜ୍ଞ

କୁଚିଣ୍ଡା,(ରିଙ୍କୁ କୁସୁମ):ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଳକ ଅନ୍ତର୍ଗତ ତୁରେଇନିକିତିମାଲ ଗ୍ରାମ ରେ କିସାନ ସମାଜ ର ଅଷ୍ଟ ପ୍ରହର ଅଖଣ୍ଡ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ତିନି ଦିନ ଧରି ଚାଲିଥିବା ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ କୁଚିଣ୍ଡା ଉପଖଣ୍ଡର ତଥା ପଡୋଶୀ ଜିଲ୍ଲା ଝାରସୁଗୁଡା ର ସାଲୋହି ଟିକ୍ରା, ଦୁଃଖୁଝରମୁଣ୍ଡା, କୁକମ, କରର୍ଡା ଖମାନ ତୁରେଇ ନିକ୍ତିମାଲ ରୁ ଆସିଥିବା ସଂକୀର୍ତ୍ତନ ମଣ୍ଡଳୀ ଆସି ଅଖଣ୍ଡ ନାମ ସଂକୀର୍ତ୍ତନ ଗାନ କରିଥିଲେ I ସଭାପତି ତରଣୀ ମାଝୀ,ଉପ ସଭାପତି ଉମାକାନ୍ତ ମାଝୀ, ସମ୍ପାଦକ ମନବୋଧ କିସାନ, କର୍ତ୍ତା ସପ୍ନେଶ୍ବର ବାଘ,ଜନନୀ ବାଘ ହୋଇଥିବା ବେଳେ, ଉକ୍ତ କାର୍ଯ୍ୟକ୍ରମରେ ଅତ୍ୟୁତ, ଦଶମଣୀ, ସୁଦର୍ଶନ, ଶ୍ରୀକାନ୍ତ, ରଞ୍ଜନ, ପ୍ରଫୁଲ୍ଲ କିସାନ, ସୋଭାଗ୍ୟ କିସାନ, ଦେବା ମାଝୀ, ରବି ବର, ହରି ବର ପ୍ରମୁଖ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ