ତୁଳସୀକ୍ଷେତ୍ରରେ ପହଞ୍ଚିଲା ଶ୍ରୀବଳଦେବଜୀୟୁଙ୍କ ରଥକାଠ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡାର ଆରାଧ୍ୟ ବଡଠାକୁର ରୋହିଣୀ ନନ୍ଦନ ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀୟୁଙ୍କ ଚଳିତବର୍ଷ ବ୍ରହ୍ମ ତାଳଧ୍ୱଜ ରଥ ନିର୍ମାଣ ପାଇଁ ଆଠଗଡ ବନଖଣ୍ଡ ଅଧିନସ୍ଥ ନରସିଂହପୁର ପୁର୍ବ ବନାଞ୍ଚଳରୁ ୪୬୭.୨୬ ସିଫ୍ଟ ଶାଳକାଠ ଗୁରୁବାର ଶ୍ରୀବଳଦେବଜୀୟୁଙ୍କ ବଡଦାଣ୍ଡରେ ପହଞ୍ଚିଛି । ଦେବୋତ୍ତର ସଂସ୍ଥାର କାର୍ଯ୍ୟ ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଶାଳକାଠ ସଂଗ୍ରହ ନିମନ୍ତେ ଖଣ୍ଡୀୟ ବନଅଧିକାରୀ, ନରସିଂହପୁର, ଆଠଗଡର ପୁର୍ବାଞ୍ଚଳର ବନାଞ୍ଚଳ ଅଧିକାରୀ ଏବଂ ବନପାଳ ସହଯୋଗ କରିଥିଲେ । ଦେବୋତ୍ତର ସଂସ୍ଥାର କର୍ମଚାରୀ ସୁବାଷ ଚନ୍ଦ୍ର ପରିଡା ଓ ବଳରାମ ଦାସ ନରସିଂହପୁର ବନାଞ୍ଚଳରେ ରହି ଏହି କାଠ ସଂଗ୍ରହ କରି ଏଠାରେ ପହଞ୍ଚାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ