ତୁଳସୀକ୍ଷେତ୍ରରେ ମହାଶିବରାତ୍ରୀ ପାଳିତ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ତୁଳସୀ କ୍ଷେତ୍ରରେ ବୁଧବାର ପବିତ୍ର ମହାଶିବରାତ୍ରି ଜାଗର ଯାତ୍ରା ନୀତି ଧୁମ୍‌ଧାମରେ ପାଳିତ ହୋଇଯାଇଛି । କ୍ଷେତ୍ର ମଧ୍ୟସ୍ଥ ବ୍ୟକଣ୍ଠେସ୍ୱର, କାଶୀବିଶ୍ୱନାଥ, ସିଦ୍ଧେଶ୍ୱ. ୟେଶାନିଶ୍ୱର୍‌, କ୍ଷେତ୍ର ପାର୍ଶ୍ୱବର୍ତ୍ତୀ ବୈଦ୍ୟନା. ଦେଉଳେଶ୍ୱର, ଦଣ୍ଡେଶ୍ୱର କୁମାରେଶ୍ୱର୍ ଭରତପୁରର ବଟେଶ୍ୱର ଓ ପ୍ରସିଦ୍ଧ ଅମରେଶ୍ୱର ପ୍ରଭୃତି ମନ୍ଦିରରେ ଷୋଡଶ ଉପଚାରରେ ପୂଜାର୍ଚ୍ଚନା କରାଯାଇଛି । ସକାଳୁ ପ୍ରଭୁ ମହେଶ୍ୱରଙ୍କର ନୀତିକାନ୍ତି କରାଯିବା ପରେ ବେଲପତ୍ର ଅର୍ପଣ ରୁଦ୍ରାଭିଷେକ, ହୋମଯଜ୍ଞ, ନାମଯଜ୍ଞ, ଭଜନ ଓ କୀର୍ତ୍ତନ କରାଯିବା ପରେ ଅନ୍ନପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା । ପ୍ରତ୍ୟେକ ଶିବାଳୟରେ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା । ଏହାସାଙ୍ଗକୁ ଭଜନ କୀର୍ତ୍ତନ କରାଯିବା ସହ ମଧ୍ୟରାତ୍ରରେ ସମସ୍ତ ଶିବାଳୟରେ ମହାଦୀପ ଉଠିବା କାର୍ଯ୍ୟ ମନ୍ଦିର ପରିସରକୁ ଉତ୍ସବ ମୁଖର କରିଦେଇଥିଲା । ବିଶେଷ ଆକର୍ଷଣ ଥିଲା ତୁଳସୀକ୍ଷେତ୍ରରୁ ଶ୍ରୀବଳଦେବଜୀଉଙ୍କ ବିଜେ ପ୍ରତିମା ଗୋବିନ୍ଦଜୀଉ ବିରାଟ ପଟୁଆରରେ ଯାଇ ଅମରେଶ୍ୱର ମନ୍ଦିରରେ ଭେଟ ହୋଇଥାନ୍ତି । ଏହାକୁ ହରିହର ଭେଟ କୁହା ଯାଇଥାଏ । ଏହି ଭେଟ ବର୍ଷରେ ଗୋଟିଏ ଦିନ ଜାଗରରେ ହୋଇଥାନ୍ତି । କିମ୍ବଦନ୍ତୀ କୁହେ ତୁଳସୀ କ୍ଷେତ୍ର ପ୍ରତିଷ୍ଠା ପରେ କ୍ଷେତ୍ରର ସୁରକ୍ଷା ଲାଗି ଶ୍ରୀବଳଦେବଜୀଉ ମହାପ୍ରଭୁ ଅଷ୍ଟଶମ୍ବୁ ମନ୍ଦିର ପ୍ରତିଷ୍ଠା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ