ତୁଳସୀକ୍ଷେତ୍ର ପଣ୍ଡିତ ସଭାର କର୍ମକର୍ତ୍ତା ନିର୍ବାଚନ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ତୁଳସୀକ୍ଷେତ୍ର ପଣ୍ଡିତ ସଭାର ଏକ ବୈଠକ ପବିତ୍ର ତୁଳସୀକ୍ଷେତ୍ରର ଶ୍ରୀ ସିଦ୍ଧ ବଳଦେବଜୀଉ ମନ୍ଦିର ପରିସରରେ ପଣ୍ଡିତ ଧୃବଚରଣ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସମାଜର କଲ୍ୟାଣ ନିମନ୍ତେ ତୁଳସୀକ୍ଷେତ୍ରର ଜ୍ଞାନୀ, ଗୁଣୀ, ତଥା ପଣ୍ଡିତ ବୁଦ୍ଧିଜୀବୀମାନେ ଏକତ୍ର ହୋଇ ତୁଳସୀକ୍ଷେତ୍ର ପଣ୍ଡିତ ସଭାର ନୂତନ କର୍ମକର୍ତ୍ତା ଚୟନ କରିଛନ୍ତି । ଏହି ସଭାର ମୁଖ୍ୟ ଉପଦେଷ୍ଟା ଭାବରେ ପଣ୍ଡିତ କେଶବ ଚନ୍ଦ୍ର ପତ୍ରୀ, ସଭାପତି ଭାବେ ପଣ୍ଡିତ ଧୃବ ଚରଣ ପଣ୍ଡା, ଉପସଭାପତି ଭାବେ କୃଷ୍ଣା ନନ୍ଦ ପଣ୍ଡା ଓ ନାରାୟଣ ପତି, ସମ୍ପାଦକ ଭାବେ ସତ୍ୟନାରାୟଣ ପତି, ସହସମ୍ପାଦକ ଭାବେ ସୁବାଷ ଚନ୍ଦ୍ର ପାଣି, ଯୁଗ୍ମ ସମ୍ପାଦକ ଭାବେ ମାଧବ ଚନ୍ଦ୍ର ପତ୍ରୀ ଓ କୋଷାଧ୍ୟକ୍ଷ ଭାବେ ମହେଶ୍ୱର ପାଣିଙ୍କୁ ସର୍ବ ସମ୍ମତି କ୍ରମେ ମନୋନୀତ କରାଯାଇଥିଲା । କାର୍ଯ୍ୟକାରୀ କମିଟି ସଭ୍ୟ ଭାବରେ ପଣ୍ଡିତ ମୂରଲୀଧର ଷଡଙ୍ଗୀ, ନରେନ୍ଦ୍ର ତ୍ରିପାଠୀ, ହରେକୃଷ୍ଣ ପତି, ଅକ୍ଷୟ କୁମାର ପତ୍ରୀ, ଉମାଶଙ୍କର ପତି, ରବିନ୍ଦ୍ର କୁମାର ନାୟକ ଓ ହରପ୍ରିୟା ଦାଶଙ୍କୁ ମନୋନୀତ କରାଯାଇଥିଲା । ସାଧାରଣ ସଭ୍ୟ ଭାବରେ ପଣ୍ଡିତ କୈଳାସ ଚନ୍ଦ୍ର ଦାଶ, ପୂର୍ଣ୍ଣଚନ୍ଦ୍ର ପତି, ରମାକାନ୍ତ ପତି, ନୃସିଂହ ଚରଣ ତ୍ରିପାଠୀ, ଅବଧୂତ ରାଉତ, ନୃସିଂହ ଚରଣ ପତି, ବାସୁଦେବ ପତି, ପିତାମ୍ବର ଲେଙ୍କା ପ୍ରମୁଖଙ୍କୁ ମନୋନୀତ କରାଯାଇଛି । ଆଗାମୀ ମାସରେ ପୁନଃବୈଠକ ବସି ଆଗାମୀ କାର୍ଯ୍ୟଧାରା ନିର୍ଦ୍ଧାରଣ କରାଯିବ ବୋଲି ସଭାପତି ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି । ଏହି ବୈଠକରେ ଅଧିକରୁ ଅଧିକ ପଣ୍ଡିତ, ବୁଦ୍ଧିଜୀବୀ ଯୋଗଦେବା ପାଇଁ ପଣ୍ଡିତ ସଭା ପକ୍ଷରୁ ନିବେଦନ କରାଯାଇଛି ।