ତୁଳସୀକ୍ଷେତ୍ର ପଣ୍ଡିତ ସଭାର ସ୍ୱତନ୍ତ୍ର ଅଧିବେସନ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ପବିତ୍ର ରେଖା ପଞ୍ଚମୀରେ ତୁଳସୀକ୍ଷେତ୍ର ପଣ୍ଡିତ ସଭାର ଏକ ସ୍ୱତନ୍ତ୍ର ଅଧିବେସନ ସଭାପତି ପଣ୍ଡିତ ଧ୍ରୁବ ଚରଣ ପଣ୍ଡାଙ୍କ ସଭାପତିତ୍ୱରେ ଇଚ୍ଛାପୁରସ୍ଥିତ ସିଦ୍ଧ ଶ୍ରୀବଳଦେବଜୀଉ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ପବିତ୍ର କାର୍ଯ୍ୟକ୍ରମରେ ବେଦପାଠ କରିଥିଲେ ପଣ୍ଡିତ ମହେଶ୍ୱର ପାଣି । ତୁଳସୀକ୍ଷେତ୍ର ପଣ୍ଡିତ ସଭାର ଆଭିମୁଖ୍ୟ ଓ ନିୟମାବଳୀ(ବାଇ-ଲ) ପୁସ୍ତିକାଟି ପ୍ରସ୍ତୁତ କରାଯାଇ ବୈଠକରେ ବିଶଦଃ ଭାବରେ ପାଠ କରାଯାଇ ସର୍ବ ସମ୍ମତିକ୍ରମେ ଗୃହୀତ କରାଯାଇଥିଲା ଓ ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯାଇଥିଲା । ଏହି ପଣ୍ଡିତ ସଭାରେ ଅଧିକରୁ ଅଧିକ ଜ୍ଞାନିଗୁଣୀଜନମାନଙ୍କୁ ଯୋଗଦେବାପାଇଁ ମଧ୍ୟ ନିବେଦନ କରାଯାଇଛି । ଏହି ପଣ୍ଡିତ ସଭା ଗଠନର ମୂଳ ଉଦେଶ୍ୟ ହେଉଛି ସମାଜର ହିତ ସାଧନ । ଏହି ସ୍ୱତନ୍ତ୍ର ଅଧିବେସନରେ ପଣ୍ଡିତ ନାରାୟଣ ପତି, ଭ୍ରମରବର ନନ୍ଦ, କିଶୋର ଚନ୍ଦ୍ର ନନ୍ଦ, ସମ୍ପାଦକ ସତ୍ୟନାରାୟଣ ପତି, ସହ ସମ୍ପାଦକ ନୃସିଂହ ଚରଣ ପତି, ଯୁଗ୍ମ ସମ୍ପାଦକ ସୁବାଷ ଚନ୍ଦ୍ର ପାଣି ଓ ମାଧବ ଚନ୍ଦ୍ର ପତି, କୋଷାଧ୍ୟକ୍ଷ ମହେଶ୍ୱର ପାଣି, କାର୍ଯ୍ୟକାରୀ ସଭ୍ୟ ମୁରଲୀଧର ଷଡଙ୍ଗୀ, ହରେକୃଷ୍ଣ ପତି, ନରେନ୍ଦ୍ର ତ୍ରିପାଠୀ, ରବିନ୍ଦ୍ର ନାୟକ(ଜ୍ୟୋର୍ତିବିଦ୍‌), ହେମନ୍ତ କୁମାର ପତି, ପୂର୍ଣ୍ଣଚନ୍ଦ୍ର ପତି, କ୍ଷୀରୋଦ କୁମାର ପଣ୍ଡା, ରମାକାନ୍ତ ପଣ୍ଡା, ଅକ୍ଷୟ କୁମାର ପତ୍ରୀ, ରମାକାନ୍ତ ପତି, ନୃସିଂହ ଚରଣ ତ୍ରିପାଠୀ, ବାସୁଦେବ ପତି ଓ ହରପ୍ରିୟା ଦାଶ ପ୍ରମୁଖ ଯୋଗଦାନ କରି ନିଜସ୍ୱ ମତ ପ୍ରଦାନ କରିଥିଲେ । ଶେଷରେ ପଣ୍ଡିତ ସୁବାଷ ଚନ୍ଦ୍ର ପାଣି ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ