ତୁଳସୀକ୍ଷେତ୍ର ପଣ୍ଡିତ ସଭାର ବୈଠକ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ତୁଳସୀକ୍ଷେତ୍ର ପଣ୍ଡିତ ସଭାର ଏକ ବୈଠକ ଶ୍ରୀବଳଦେବଜୀଉଙ୍କ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ତୁଳସୀକ୍ଷେତ୍ର ପଣ୍ଡିତ ସଭାର ସଭାପତି ପଣ୍ଡିତ ଧ୍ରୁବ ଚରଣ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ପଣ୍ଡିତ ଭ୍ରମରବର ନନ୍ଦ ବେଦ ପାଠ କରିଥିଲେ । ପଣ୍ଡିତ ସଭାର ଅନ୍ୟତମ ସଦସ୍ୟ ସ୍ୱର୍ଗତ ପ୍ରଭାକର ମହାରଣାଙ୍କ ବିୟୋଗରେ ତାଙ୍କ ଆତ୍ମାର ସଦଗତି ନିମନ୍ତେ ୨ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ପଣ୍ଡିତ ସଭାର ବାର୍ଷିକ ଉତ୍ସବ ନିମନ୍ତେ ଆସନ୍ତା ଫେବୃୟାରୀମାସ ୧୯ତାରିଖରେ ଏକ ପ୍ରସ୍ତୁତି ବୈଠକ ଆହ୍ୱାନ କରାଯିବାକୁ ସ୍ଥିର କରାଯାଇଥିଲା । ଏହି ବୈଠକରେ ପଣ୍ଡିତ ନାରାୟଣ ପତି, ପଣ୍ଡିତ ମୁରଲୀଧର ଷଡଙ୍ଗୀ, ପଣ୍ଡିତ ସତ୍ୟନାରାୟଣ ପତି, ପଣ୍ଡିତ ମାଧବ ଚନ୍ଦ୍ର ପତି, ପଣ୍ଡିତ ସୁବାଷ ଚନ୍ଦ୍ର ପାଣି, ପଣ୍ଡିତ ନୃସିଂହ ଚରଣ ପତି, ପଣ୍ଡିତ ନରେନ୍ଦ୍ର କୁମାର ତ୍ରିପାଠୀ, ପଣ୍ଡିତ ଅକ୍ଷୟ କୁମାର ପତ୍ରୀ, ପଣ୍ଡିତ ଅବଧୁତ ରାଉତ, ପଣ୍ଡିତ ପିତାମ୍ବର ଲେଙ୍କା, କୃଷଯଣଚନ୍ଦ୍ର ମହାପାତ୍ର, ତପନ କୁମାର ଦାଶ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶେଷରେ ପଣ୍ଡିତ ସୁବାଷ ଚନ୍ଦ୍ର ପାଣି ଧନ୍ୟବାଦ ଅର୍ପଣ କରିଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ