ତୁଳସୀକ୍ଷେତ୍ର ପଣ୍ଡିତ ସଭାର ବୈଠକ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଇଛାପୁରସ୍ଥିତ ଶ୍ରୀବଳଦେବଜୀଉଙ୍କ ମନ୍ଦିର ପରିସରରେ ପଣ୍ଡିତ ଧ୍ରୁବ ଚରଣ ପଣ୍ଡାଙ୍କ ସଭାପତିତ୍ୱରେ ତୁଳସୀକ୍ଷେତ୍ର ପଣ୍ଡିତ ସଭାର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ପଣ୍ଡିତ ପ୍ରସନ୍ନଜିତ ପଣ୍ଡା ପ୍ରଥମେ ବେଦପାଠ କରିଥିଲେ । ଏହାପରେ ସମ୍ପାଦକ ପଣ୍ଡିତ ସତ୍ୟନାରାୟଣ ପତି ପୂର୍ବ ବୈଠକର ବିବରଣୀ ପାଠ କରିଥିଲେ । ରାଷ୍ଟ୍ରଭାଷାବିତ ତପନ କୁମାର ଦାଶବ୍ଲକ ସ୍ତରୀୟ ବୈଠକ ସମ୍ପର୍କରେ ସବିଶେଷ ବିବରଣୀ ପ୍ରଦାନ କରିଥିଲେ । ସଂଗ୍ରାମପୁର ଶାସନର ସୁପଣ୍ଡିତ ବଳରାମ ଦାଶ ପରମାଣୁ ବୋମାର ନିଷ୍କ୍ରିୟତା ଉପରେ ଗବେଷଣା କରି ରାଷ୍ଟ୍ରପତିଙ୍କ ଶ୍ରଦ୍ଧାଭାଜନ ହୋଇଥିବାରୁ ତାଙ୍କୁ ସାଧୁବାଦ ପ୍ରଦାନ କରାଯିବା ସହିତ ଶୁଭେଛା ବାର୍ତ୍ତା ପ୍ରେରଣ କରାଯିବାକୁ ସର୍ବସମ୍ମତିକ୍ରମେ ସ୍ଥିର କରାଯାଇଥିଲା । ଆସନ୍ତା କୁମାରପୂର୍ଣ୍ଣିମାରେ ଚନ୍ଦ୍ର ଗ୍ରହଣ ପଡୁଥିବାରୁ ଏହାର ସଠିକ ପାଳନ ଓ ଦେବନୀତି ସମ୍ପର୍କରେ ବିଶେଷ ସମ୍ବାଦ ପ୍ରକାଶ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଅଭୟା ବେଦ ବିଦ୍ୟାଳୟ ସ୍ଥାପନ ନିମନ୍ତେ ପଣ୍ଡିତ ସର୍ବେଶ୍ୱର ମିଶ୍ର ଏକ ପ୍ରସ୍ତାବ ଦେଇଥିଲେ । ଗୋସମ୍ପଦ ସୁରକ୍ଷା, ଗୋସେବା ନିମନ୍ତେ ଜନସଚେତନତା ସୃଷ୍ଟି କରିବା, ଆମ ସଂସ୍କୃତିର ସୁରକ୍ଷା, ସଂସ୍କୃତ ଭାଷାର ସୁରକ୍ଷା, ସଠିକ କର୍ମକାଣ୍ଡ ଦ୍ୱାରା ସମାଜର ଉପକାର ଓ ଶାନ୍ତି ନିମନ୍ତେ ବିଭିନ୍ନ ପ୍ରସ୍ତାବମାନ ଆସିଥିଲା । ଅନ୍ୟମାନଙ୍କ ମଧ୍ୟରେ ପଣ୍ଡିତ ନରେନ୍ଦ୍ର କୁମାର ତ୍ରିପାଠୀ, ମହେଶ୍ୱର ପାଣି, କିଶୋର ଚନ୍ଦ୍ର ମିଶ୍ର, ମୂରଲୀଧର ଷଡଙ୍ଗୀ, ଭ୍ରମରବର ନନ୍ଦ, ନୃସିଂହ ଚରଣ ପତି, ରମାକାନ୍ତ ପତି, ସୁଦିପ କୁମାର ପତି, ବାସୁଦେବ ପତି, ଉମାକାନ୍ତ ପଣ୍ଡା, ଅକ୍ଷୟ କୁମାର ପତ୍ରୀ, କେଦାର ନାଥ କର, ପୂର୍ଣ୍ଣଚନ୍ଦ୍ର ପତି, ମାଧବ ଚନ୍ଦ୍ର ପତ୍ରୀ, ହରିପ୍ରିୟା ଦାଶ, ନୃସିଂହ ଚରଣ ତ୍ରିପାଠୀଙ୍କ ସମେତ ବହୁ ପଣ୍ଡିତମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ପଣ୍ଡିତ ସୁବାଷ ଚନ୍ଦ୍ର ପାଣି ଭଳଭଦ୍ର ସହସ୍ରନାମ ଓ ଭାଗବତ ପଠନ କରାଯିବା ପାଇଁ ପ୍ରସ୍ତାବ ରଖି ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ