ତୁଳସୀପୁର ବଜାରରେ ଗଜାନନ ଙ୍କ ଭସାଣି ଉତ୍ସବ ଅନୁଷ୍ଠିତ
ନିମାପଡା, (ସନ୍ତୋଷ ଦାଶ):ନିମାପଡ଼ା ବ୍ଲକ ତୁଳସୀପୁର ଗଣେଶ ବଜାର ଠାରେ ଗତ ୩୧ ତାରିଖରୁ ପୂଜା ପାଇ ଆସୁଥିବା ଶ୍ରୀ ଗଜାନନ ଙ୍କ ଭସାଣି ଉତ୍ସବ ମହା ଆଡ଼ମ୍ବରରେ ଆଜି ଅନୁଷ୍ଠିତ ହୋଇଯାଇଛି ।ସାତଦିନ ଧରି ଏହି ବଜାରରେ ପାଲା, ଭଜନ ସମାରୋହ, ଘୋଡ଼ା ନାଚ ପ୍ରଭୁତି ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଥିଲା । ବଜାର କମିଟି ସଭାପତି ସୁରେନ୍ଦ୍ର ବେହେରା ଙ୍କ ତତ୍ବାବଧାନରେ ଶ୍ରୀ ଗଣେଶ ଙ୍କ ପୂଜା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆଜି ବଜାର ଠାରୁ ଏକ ବିରାଟ ପଟୁଆର ରେ ଶ୍ରୀ ଗଣେଶ ଠାକୁର ଙ୍କୁ ନେଇ ବିଭିନ୍ନ ଗାଁ, ବଜାର ପରିକ୍ରମା କରି ବ୍ୟବସାୟୀ ମାନେ ନିକଟସ୍ଥ ପୋଖରୀ ରେ ଠାକୁର ଙ୍କୁ ବିସର୍ଜନ କରିଥିଲେ । ନିରଞ୍ଜନ ତ୍ରିପାଠୀ, କୈଳାସ ସାହୁ, ସୁରେନ୍ଦ୍ର ବେହେରା , ମଣ୍ଟୁ ସାହୁ ପ୍ରମୁଖ ଙ୍କ ନେତୃତ୍ଵ ରେ ସମସ୍ତ ବ୍ୟବସାୟୀ ଏହି ଭଷାଣୀ ଶୋଭାଯାତ୍ରା ରେ ସହଯୋଗ କରିଥିଲେ।


