ତୁଳସୀପୁର ଲକ୍ଷ୍ମୀ ବଜାର ଠାରେ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ

ନିମାପଡ଼ା, (ସନ୍ତୋଷ ଦାଶ) : ପୁରୀ ଜିଲ୍ଲା ନିମାପଡା ବ୍ଲକ ତୁଳସୀପୁର ଲକ୍ଷ୍ମୀ ବଜାର ଠାରେ ୨୯ ତମ ଗଜଲକ୍ଷ୍ମୀ ପୂଜା କୋଭିଡ କଟକଣା ମଧ୍ୟରେ ଅନୁଷ୍ଠିତ ହୋଇଛି । ମଙ୍ଗଳବାର ସଂଧ୍ୟାରେ ନିକଟସ୍ଥ ମେଳା ଖାଲ ଠାରୁ ପାରମ୍ପରିକ ପ୍ରଥା ଅନୁସାରେ ପାଣି ତୋଳା କାର୍ଯ୍ୟ ଶେଷ ହେବା ପରେ ପଣ୍ଡିତ ସୁପ୍ରଭାନୁ
ମିଶ୍ର ଓ ଅନ୍ତର୍ଯ୍ୟାମୀ କର ଙ୍କ ଦ୍ୱାରା ମା ଙ୍କ ପୂଜା ନୀତି ଅନୁଷ୍ଠିତ ହୋଇ ଥିଲା । କର୍ତ୍ତା ଭାବେ ବ୍ୟବସାୟୀ
ଗଜାନନ ତ୍ରିପାଠୀ କାର୍ଯ୍ୟ କରି ଥିବାବେଳେ ବ୍ୟବସାୟୀ ସଙ୍ଘ ସଭାପତି ରଜନୀ କାନ୍ତ ତ୍ରିପାଠୀ ଓ ସଂପାଦକ ପ୍ରଫୁଲ୍ଲ କୁମାର କର ଙ୍କ ତତ୍ୱାବଧାନ ରେ ମା ଙ୍କ ଦୈନିକ ପୂଜା ନୀତି ଓ ଅନ୍ନ ପ୍ରସାଦ ଭୋଗ ଲାଗି ଅନୁଷ୍ଠିତ ହେଉଛି । ପୂଜା ମଣ୍ଡପ କୁ ସୁସଜ୍ଜିତ କରାଯାଇଥିବାବେଳେ ମଣ୍ଡପ ସମ୍ମୁଖ ରେ ସୁନ୍ଦର ତୋରଣ ଓ ମା ପଛ ପାଶ୍ୱର୍ରେ ସୁନ୍ଦର ମେଢ଼ ଲଗାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ