ତୁଳସୀ ଆଞ୍ଚଳିକ ମଞ୍ଚ ଦ୍ଵାରା ଦ୍ୱିତୀୟ ବାର୍ଷିକ ରଜୋତ୍ସବ
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ଗୋପ ଆଖଣ୍ଡଳେଶ୍ୱର ମହାଦେବ ମନ୍ଦିର ପ୍ରାଙ୍ଗଣରେ ତୁଳସୀ ଆଞ୍ଚଳିକ ମଞ୍ଚ ପକ୍ଷରୁ ରଜୋତ୍ସବ ଅନୁଷ୍ଠିତ ହୋଇଯାଇଛି lପବିତ୍ର ରଜ ସଂକ୍ରାନ୍ତି ଅବସରରେ ୫ଶହ ରୁ ଉର୍ଦ୍ଧ ମହିଳା ଉକ୍ତ ଉତ୍ସବ ରେ ଯୋଗ ଦେଇଥିଲେ। ତୁଳସୀ ଆଞ୍ଚଳିକ ମଞ୍ଚ ଦ୍ଵାରା ୨ୟ ବାର୍ଷିକ ରଜୋତ୍ସବ ପାଳିତ ହୋଇଯାଇଛି ।ଉକ୍ତ ଉତ୍ସବ ରେ ରାଜ୍ୟ ବିଜୁ ଜନତା ଦଳ ସାଧାରଣ ସମ୍ପାଦକ ସତ୍ୟବ୍ରତ ପାତ୍ର(ରମୁ ଭାଇ ) ମୁଖ୍ୟ ଅତିଥି ଭାବେ ଯୋଗଦେବା ସହିତ ଅନୁଷ୍ଠାନିକ ଭାବେ ଉତ୍ସବ କୁ ପ୍ରଦୀପ ପ୍ରଜ୍ୱଳନ କରି ଉଦ୍ଘାଟନ କରିଥିଲେ l ମୁଖ୍ୟବକ୍ତା ଭାବେ ଗୋପ ବ୍ଲକ ର ଉପାଧକ୍ଷ ବନରଞ୍ଜନ ପଟ୍ଟନାୟକ, ସଂମ୍ମାନିତ ଅତିଥିଭାବେ ବରିଷ୍ଠ ଶିକ୍ଷାବିତ୍ ଓ ସମାଜସେବୀ ପୁନେଶ କୁମାର ସେନାପତି, ସଂଗଠନ ର ସଭାପତି ଜ୍ୟୋସ୍ନାରାଣୀ ସେନାପତି, ଗୋପ ପଞ୍ଚାୟତ ର ସମିତି ସଭ୍ୟା ଲିଲି ଦାସ, ସଂଗଠନ ର ଏମ ବି କେ ସୁକାନ୍ତି ଦେଇ ,ସାଧାରଣ ସମ୍ପାଦିକା ଶୈଳବାଳା ପରମାଣିକ, ତୃପ୍ତିମୟୀ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ। ଆଞ୍ଚଳିକମଞ୍ଚ ର ସଭାପତି ମନୋରମା ସିଂ ଧନ୍ୟବାଦ ଅର୍ପଣ କରିଥିବାବେଳେ ମଞ୍ଚକୁ ପରିଚାଳନା କରିଥିଲେ ସଂଗ୍ରାମ କେଶରୀ ଭୋଳ। ସୁଲଚନା ସିଂ, ରିତା ରାଣୀ ଦାସ ପ୍ରଭୁତି ସହଯୋଗ କରିଥିଲେ । ଚଳିତ ବର୍ଷ ବିଭିନ୍ନ କ୍ଷେତ୍ରରେ କୃତିତ୍ଵ ଅର୍ଜନ କରିଥିବା ଛାତ୍ର ଛାତ୍ରୀମାନଙ୍କୁ ମାଟ୍ରିକ ମେଧାବୀ ସମ୍ମାନ ୨୦୨୨ ପ୍ରଦାନ କରାଯାଇଥିଲା ।ଗୋପ ସରକାରୀ ନିଗମାନନ୍ଦ ହାଇସ୍କୁଲ ର ଛାତ୍ର ସାର୍ଥକ ପଟ୍ଟନାୟକ ଙ୍କୁ ମାନପତ୍ର ଓ ପୁଷ୍ପ ତୋଡା ଦିଆଯାଇ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା ।