ତୁଳସୀ ଚଉରା ରେ ଲାଗି ହେଲା ପଣା

ନିମାପଡ଼ା, (ସନ୍ତୋଷ ଦାଶ):ରବିବାର ଥିଲା ପବିତ୍ର ମହାବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି। ଓଡ଼ିଆ ଘର ର ପରମ୍ପରା ଅନୁସାରେ ପ୍ରତ୍ୟେକ ଘର ତୁଳସୀ ଚଉରା ରେ ଲାଗି ହୋଇଥିଲା ପଣା। ପୁରୀ ଜିଲ୍ଲା ର ନିମାପଡ଼ା, ଗୋପ, କାକଟପୁର, ଅସ୍ତରଙ୍ଗ ବ୍ଲକ ଅଞ୍ଚଳ ର ଘରେ ଘରେ କଦଳୀ, ଆମ୍ବ, ବେଲ, ନଡ଼ିଆ, ଛେନା, କ୍ଷୀର ପ୍ରଭୁତି ରେ ପଣା ପ୍ରସ୍ତୁତ କରାଯାଇ ଗ୍ରାମ ଦେବତୀ ଓ ବୃନ୍ଦାବତୀ ଙ୍କୁ ପୂଜା କରାଯାଇଥିଲା। ଚଉରା ଉପରେ ଏକ ମାଟି ଘଡି ଟଙ୍ଗା ଯାଇଥିଲା। ସେହି ଘଡି ରେ ରେ ଛିଦ୍ର କରାଯାଇଥିଲା। ମା ବୃନ୍ଦାବତୀ ଙ୍କ ନିକଟରେ ପୂଜା ହୋଇଥିବା ପଣା କୁ ଉକ୍ତ ଘଡି ରେ ଢଳାଯାଇଥିଲା। ଘଡି ର ଛିଦ୍ର ଦେଇ ଟୋପାଏ ଟୋପାଏ ପଣା ଚଉରା ର ତୁଳସୀ ଗଛ ଉପରେ ପଡିଥିଲା। ଅବଶିଷ୍ଟ ଭୋଗ ପଣା କୁ ପ୍ରସାଦ ଭାବେ ଶ୍ରଦ୍ଧାଳୁ ମାନେ ଗ୍ରହଣ କରିଥିଲେ। ସବୁଦିନ ପ୍ରାତଃ ରେ ଘର ର ଗୃହିଣୀ ମାନେ ସ୍ନାନ କରି ସାରି ଏହି ଘଡି ରେ ଶୁଦ୍ଧ ଜଳ ଭର୍ତ୍ତି କରିବେ।ଏହିପରି ଭାବେ ଆର ମାସ ସଂକ୍ରାନ୍ତି ପର୍ଯ୍ୟନ୍ତ ଚଉରା ରେ ପାଣି ଲାଗି କରାଯିବ।ଓଡ଼ିଆ ଘରେ ଚଉରା କୁ ମନ୍ଦିର ଓ ତୁଳସୀ କୁ ଠାକୁର ଭାବେ ବିବେଚନା କରା ଯାଇଥାଏ। ଗ୍ରୀଷ୍ମପ୍ରବାହ ରେ ତୁଳସୀ ବୃକ୍ଷ କୁ ବଞ୍ଚାଇବାକୁ ଓ ସତେଜ ରଖିବାକୁ ଏପରି ପ୍ରଥା ର ପ୍ରଚଳନ କରାଯାଇଥିବା ଗବେଷକ ମାନେ କହିଛନ୍ତି। ରବିବାର ମହାବିଷୁବ ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ ହୋଇଥିବାରୁ ପ୍ରାଚୀ ଉପତ୍ୟକା ର ବିଭିନ୍ନ ମହାବୀର ମନ୍ଦିର ଓ ମଠ ମାନଙ୍କ ରେ ଶ୍ରଦ୍ଧାଳୁ ମାନେ ପଣା ଭୋଗ ଲାଗି କରିଥିଲେ। ପଣା ସଂକ୍ରାନ୍ତି ପାଇଁ ସମଗ୍ର ଅଞ୍ଚଳ ଉତ୍ସବ ମୁଖର ହୋଇପଡିଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ