ତୁଳସୀ ମହିଳା ମହାବିଦ୍ୟାଳୟରେ ଛାତ୍ରୀ ଅଶାନ୍ତି

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : କିଛିଦିନ ଧରି ତୁଳସୀ ମହିଳା ମହାବିଦ୍ୟାଳୟର ଛାତ୍ରୀମାନେ ଅନଲାଇନରେ ପରୀକ୍ଷା ଦେଉଥିଲେ । କିନ୍ତୁ ଆସନ୍ତା ୧୬ତାରିଖଠାରୁ +୩ ଶ୍ରେଣୀର ଯେଉଁ ଚତୁର୍ଥ ସେମିଷ୍ଟାର ପରୀକ୍ଷା ଆରମ୍ଭ ହେବ ତାହା ପୂର୍ବଭଳି ଅଫଲାଇନରେ ହେବବୋଲି ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବାରୁ ଏହା ବିରୋଧରେ ମହାବିଦ୍ୟାଳୟର ଛାତ୍ରୀମାନେ ପ୍ରତିବାଦ କରି ମହାବିଦ୍ୟାଳୟ ମୁଖ୍ୟ ଫାଟକ ପାଖରେ ମଙ୍ଗଳବାର ବିକ୍ଷୋଭ କରିଥିଲେ । ପ୍ରାୟ ଏକ ଘଣ୍ଟାକାଳ ଏହି ଆନ୍ଦୋଳନ ଚାଲିବାପରେ ମହାବିଦ୍ୟାଳୟର ଅଧ୍ୟକ୍ଷ ରଞ୍ଜିତ ରଞ୍ଜନ ସାହୁ ଛାତ୍ରୀପ୍ରତିନିଧିମାନଙ୍କୁ ତାଙ୍କ ପ୍ରକୋଷ୍ଠକୁ ଡକାଇ ଏକ ପ୍ରତିବାଦପତ୍ର ଲେଖାଇ ନେଇ ବିଶ୍ୱବିଦ୍ୟାଳୟ କର୍ତ୍ତୁପକ୍ଷଙ୍କ ପାଖକୁ ଏହାର ପୁନର୍ବିଚାର କରିବାପାଇଁ ପଠାଇବାକୁ ପ୍ରତିଶ୍ରୁତି ଦେବାରୁ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ