ତୁଳସୀ ମହିଳା ମହାବିଦ୍ୟାଳୟରେ ଦୁର୍ନୀତି ନିବାରଣ ସପ୍ତାହ ଉଦ୍‌ଯାପିତ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ତୁଳସୀ ମହିଳା ମହାବିଦ୍ୟାଳୟରେ ଦୁର୍ନୀତି ନିବାରଣ ସଚେତନତା ସମ୍ପର୍କିତ ସପ୍ତାହବ୍ୟାପୀ କାର୍ଯ୍ୟକ୍ରମ ଉଦ୍‌ଯାପିତ ହୋଇଯାଇଛି । ଏହି ଅବସରରେ ମହାବିଦ୍ୟାଳୟ ପକ୍ଷରୁ ସଚେତନତା ଶୋଭାଯାତ୍ରା, ବକ୍ତୃତା, ପ୍ରବନ୍ଧ, ସ୍ଲୋଗାନ୍ ପ୍ରତିଯୋଗିତା, ପଥପ୍ରାନ୍ତ ନାଟକ ଓ ଦଣ୍ଡ ନୃତ୍ୟ ଇତ୍ୟାଦି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଆଜିର ଉଦ୍‌ଯାପନୀ ଉତ୍ସବରେ ଅଧ୍ୟକ୍ଷ ରଞ୍ଜିତ୍ ରଞ୍ଜନ ସାହୁ ପୌରୋହିତ୍ୟ କରି ସମାଜରୁ ଦୁର୍ନୀତି ହଟାଇବାକୁ ଆହ୍ୱାନ ଦେଇଥିଲେ । ଏହି ସଭାରେ ପ୍ରାଧ୍ୟ।।ପକ ଡ଼ଃ ମଥୁରୀ ଚରଣ ନାୟକ , ଜ୍ୟୋତ୍ସ୍ନାମୟୀ ପତି, ଡ଼ଃ ପଦ୍ମଜା କବି ଶତପଥୀ, ଡ଼ଃ ମମତା ସାହୁ, ଡ଼ଃ ସୁଜାତା ମହାନ୍ତି ପ୍ରମୁଖ ଦୁର୍ନୀତି କିପରି ଦେଶର ପ୍ରଗତିରେ ପ୍ରତିବନ୍ଧକ ସୃଷ୍ଟି କରୁଛି ସେ ସମ୍ପର୍କରେ ସୂଚନା ଦେବା ସହିତ ଏକ ଦୁର୍ନୀତି ମୁକ୍ତ ସମାଜ ଗଠନ ନିମନ୍ତେ ଜନ ସଚେତନତା ସୃଷ୍ଟି କରିବା ପାଇଁ ଛାତ୍ରୀମାନଙ୍କୁ ଆହ୍ୱାନ ଦେଇଥିଲେ । କୃତୀ ଛାତ୍ରୀମାନଙ୍କୁ ପୁରସ୍କାର ସହିତ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଏହି ସଭାରେ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରୀମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ