ତୁଷାର ଚାରିଟେବୁଲ୍ ଟ୍ରଷ୍ଟ ତରଫରୁ ଶୀତବସ୍ତ୍ର ବଣ୍ଟନ ଓ ବୃକ୍ଷରୋପଣ
ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ୍): ତୁଷାର ଚାରିଟେୁବଲ୍ ଟ୍ରଷ୍ଟ, ଭୁବନେଶ୍ୱର ତରଫରୁ ସ୍ଥାନୀୟ ଆଚାର୍ଯ୍ୟ ବିହାର ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପାଠ୍ୟପୁସ୍ତକ ଓ ଶୀତବସ୍ତ୍ର ବଣ୍ଟନ କରାଯିବା ସହିତ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି । ଟ୍ରଷ୍ଟର ସଭାପତି ଶ୍ରୀ ଜିତେନ୍ଦ୍ର କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏଭଳି ମହାନ୍ କାର୍ଯ୍ୟକୁ ଭୁୟସୀ ପ୍ରଶଂସା କରିଥିଲେ । ଶିଶିର କୁମାର ମହାପାତ୍ର ମୁଖ୍ୟବକ୍ତା, ବିରଞ୍ôଚ ନାରାୟଣ ମହାସୁପକାର ଓ ଗୋଲକ ବିହାରୀ ନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଅନୁଷ୍ଠାନର ସଭ୍ୟ ଫେଲୁ ମହାନ୍ତି, ରଶ୍ମିରଞ୍ଜନ ସାହୁ, ରଜତ ଜେନା, ବଦ୍ରିନାରାୟଣ ମିଶ୍ର, ସୁକାନ୍ତ ବାରିକ ଓ ସନ୍ଦିପ ସାହୁ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ସ୍ଥାନୀୟ ବାସିନ୍ଦା ମଧ୍ୟ ଅକୁଣ୍ଠ ସହଯୋଗ କରିଥିଲେ । ଟ୍ରଷ୍ଟର ସମ୍ପାଦକ ବିବେକାନନ୍ଦ ବାରିକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।


