ତୁଷାର ଚାରିଟେବୁଲ ଟ୍ରଷ୍ଟ୍ର ପକ୍ଷରୁ କରୋନା ଯୋଦ୍ଧା ସାମ୍ବାଦିକଙ୍କୁ ମାସ୍କ୍ ବଣ୍ଟନ
ଭୁବନେଶ୍ୱର, (ୱାଇଏନ୍ଏସ୍): ସମାଜ ସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରୁଥିବା ଭୁବନେଶ୍ୱର ଅଗ୍ରଣୀ ଅନୁଷ୍ଠାନ ତୁଷାର ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଜୟଦେବ ଭବନ ନିକଟରେ କରୋନା ଯୁଦ୍ଧରେ ନିୟୋଜିତ ସାମ୍ବାଦିକ ବନ୍ଧୁମାନଙ୍କୁ ମାସ୍କ୍, ସାନିଟାଇଜର ଇତ୍ୟାଦି ପ୍ରଦାନ କରାଯାଇଥିଲା । ଅନୁଷ୍ଠାନର ପରାମର୍ଶଦାତା ବିକାଶ ଚନ୍ଦ୍ର ପଟ୍ଟନାୟକଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରରେ ଅନୁଷ୍ଠାନର ସଭାପତି ଜିତେନ୍ଦ୍ର କୁମାର ଜେନାଙ୍କ ସମେତ ଅନ୍ୟାନ୍ୟ ହିତୈଷି ତଥା ଶୁଭେଚ୍ଛୁମାନେ ଉପସ୍ଥିତ ରହିଥିଲେ । କାର୍ଯ୍ୟକ୍ରମକୁ ସୁସଂଗଠିତ କରିବା ସହିତ ଏହାର ସୁପରିଚାଳନା କରିଥିଲେ ଅନୁଷ୍ଠାନର ପ୍ରତିଷ୍ଠାତା ସଂପାଦକ ବିବେକାନନ୍ଦ ବାରିକ । ସାରା ବିଶ୍ୱକୁ କବଳିତ କରିଥିବା ଏହି ମହାମାରୀ କରୋନାର ମୁକାବିଲା କରିବା ପାଇଁ ସରକାରଙ୍କର ସମସ୍ତ ନିୟମ ମାନିବା ସହିତ ମାସ୍କ ଓ ସାନିଯାଇଜରର ବ୍ୟବହାର କରିବାକୁ ଟ୍ରଷ୍ଟ ତରଫରୁ ଜନସାଧାରଣଙ୍କୁ ନିବେଦନ କରାଯାଇଛି ।