ତୃଟିପୂର୍ଣ୍ଣ ପଞ୍ଚାୟତ ଭୋଟର ତାଲିକାକୁ ସଂଶୋଧନ ଦାବି

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ଜିଲ୍ଲାର ଗରଦପୁର ବ୍ଲକ ଅନ୍ତର୍ଗତ ନଡିଆବରାଇ ଗ୍ରାମର ଅଧିବାସୀମାନେ ମଙ୍ଗଳବାର ଜିଲ୍ଲାପାଳଙ୍କ ନିକଟରେ ଏକ ଦାବିପତ୍ର ପ୍ରଦାନ କରି ଆସନ୍ତା ତ୍ରିସ୍ତରୀୟ ନିର୍ବାଚନ ନିମନ୍ତେ ସେମାନଙ୍କ ପଞ୍ଚାୟତ ପାଇଁ ପ୍ରସ୍ତୁତ ହୋଇଥିବା ତୃଟିପୂର୍ଣ୍ଣ ପଞ୍ଚାୟତ ଭୋଟର ତାଲିକାକୁ ତୁରନ୍ତ ସଂଶୋଧନ କରାଯିବାକୁ ଦାବି କରିଛନ୍ତିି । ସେହି ଭୋଟର ତାଲିକାରେ ଅଭିଯୋଗ କାରୀମାନଙ୍କ ନାମକୁ ଉଦେଶ୍ୟମୂଳକ ଭାବେ କାଟି ଦିଆଯାଇଥିବା ଅଭିଯୋଗ ହୋଇଛି । ଫଳରେ ସେମାନେ ଆଗାମୀ ପଞ୍ଚାୟତ ନିର୍ବାଚନରେ ବିଭିନ୍ନ ପଦରେ ପ୍ରତିଦ୍ୱନ୍ଦିତା କରିବାକୁ ଆଶାୟୀ ଥିଲେବି ସେଥିରୁ ବଞ୍ଚିତ ହୋଇଛନ୍ତି । ପୂର୍ବରୁ ସେମାନେ ଲୋକସଭା, ବିଧାନସଭା ଓ ପଞ୍ଚାୟତ ସ୍ତରୀୟ ନିର୍ବାଚନରେ ଭୋଟ ଅଧିକାର ସାବ୍ୟସ୍ତ କରି ଆସୁଥିଲେ ମଧ୍ୟ ଚଳିତ ପଞ୍ଚାୟତ ନିର୍ବାଚନରେ ସେମାନଙ୍କୁ ସାମ୍ବିଧାନିକ ଅଧିକାରରୁ ବଞ୍ଚିତ କରାଯାଇଥିବା ଅଭିଯୋଗ ହୋଇଛିି । ତେଣୁ ଏହି ଘଟଣାର ତଦନ୍ତ ପୂର୍ବକ ଆସନ୍ତା ପଞ୍ଚାୟତ ନିର୍ବାଚନରେ ସେମାନଙ୍କୁ ପ୍ରାର୍ଥୀପତ୍ର ଦାଖଲ କରିବା ଓ ଭୋଟଦାନ ପାଇଁ ସୁଯୋଗ ପ୍ରଦାନ କରିବାକୁ ଭୂବନ ମଲିକ, ଭୁବନମୋହନ ଜେନା, ଆରତି ମଲିକ, ନୟନା ମଲିକ, ଭାନୁପ୍ରିୟା ଦାସ, ରଶ୍ମିତା ମଲିକ, ଅନୁରାଗ ମଲିକ ପ୍ରମୁଖ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି । ନଚେତ ସେମାନେ ପଞ୍ଚାୟତ ନିର୍ବାଚନ ଦିନ ଗ୍ରାମର ସମସ୍ତ ବୁଥ ସମ୍ମୁଖରେ ଧାରଣା ଦେଇ ନିର୍ବାଚନ କାର୍ଯ୍ୟରେ ବ୍ୟାଘାତ ସୃଷ୍ଟି କରିବାକୁ ବାଧ୍ୟ ହେବେ ବୋଲି ପ୍ରଶାସନକୁ ଚେତାବନୀ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ