ତୃତୀୟଶ୍ରେଣୀ ବୃତ୍ତି ପରୀକ୍ଷାରେ ଛାତ୍ରଙ୍କ କୃତ୍ତିତ୍ୱ
ହାଟଡ଼ିହି, (ବିକାଶ ବିଶ୍ୱାଳ):କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଆଇତିପୁର ପଞ୍ଚାୟତ ଅଧିନସ୍ଥ ରାଘବପୁର ଗ୍ରାମର ପଞ୍ଜାବ କେଶରୀ ଜେନା ଓ ସୀତାରାଣୀ ଜେନାଙ୍କ ପୁଅ ଶିବ ପ୍ରସାଦ ଜେନା ତୃତୀୟ ଶ୍ରେଣୀ ବୃତ୍ତି ପରୀକ୍ଷାରେ ୬ଷ୍ଠ ସ୍ଥାନ ହାସଲ କରି ସ୍କୁଲ ପାଇଁ ଗୌରବ ଆଣିଛନ୍ତି । ସେ ସରସ୍ୱତୀ ଶିଶୁ ମନ୍ଦିର ଶଙ୍ଖୁଳାର ଛାତ୍ର ଅଟନ୍ତି । ଏହି ସଫଳତାର ଶ୍ରେୟ ସେ ନିଜ ପିତା, ମାତା, ଗୁରୁଜୀ ଗୁରୁମାଙ୍କୁ ଦେଇଛନ୍ତି । ସେ ଭବିଷ୍ୟତରେ ଜଣେ ଭଲ ମଣିଷ ହୋଇ ଗାଁ ଓ ଅଞ୍ଚଳର ନାଁ ରଖିବେ ବୋଲି ତାଙ୍କ ଜେଜେ ବାପା ତଥା ଅବସରପ୍ରାପ୍ତ ଶିକ୍ଷକ ନାରାୟଣ ଜେନା ଆଶାବଦୀ ଅଛନ୍ତି । ତାଙ୍କର ଏହି ସଫଳତା ପାଇଁ ଶିଶୁମନ୍ଦିର ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।


