ତୃତୀୟ ଅଂଶୁମାନ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ

ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ୍‌) : ରାଜଧାନୀ ପାଠାଗାର ଓ ସୋଲାର କ୍ଲବର ମିଳିତ ଆନୁକୂଲ୍ୟରେ ତୃତୀୟ ଅଂଶୁମାନ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ୟୁନିଟ୍‌-୪ସ୍ଥିତ ମଧୁସୂଦନ ନଗର ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି ।ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୮ଟି ଦଳ ଭାଗ ନେଇଥିଲେ । ପ୍ରତ୍ୟେକ ଦଳ ଆକର୍ଷଣୀୟ ଖେଳ ଖେଳିଥିଲେ । ଦର୍ଶକମାନଙ୍କ କରତାଳିରେ ଖେଳ ପଡ଼ିଆର ଆକର୍ଷଣ ଅଲଗା ଥିଲା । ଭୁବନେଶ୍ୱର ମଧ୍ୟ ମାନ୍ୟବର ବିଧାୟକ ଅନନ୍ତ ନାରାୟଣ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ୮ଟି ଦଳ ମଧ୍ୟରୁ ମା ମଙ୍ଗଳା ଏବଂ ଲାଇଫ୍ ଲାଇନ୍ ଦଳ ଉଚ୍ଚକୋଟୀର ଖେଳ ପ୍ରଦର୍ଶନ କରି ଫାଇନାଲକୁ ଉନ୍ନୀତ ହୋଇଥିଲେ । ଫାଇନାଲ ମ୍ୟାଚରେ ଲାଇଫ ଲାଇନ୍ ଦଳ ମା ମଙ୍ଗଳା ଦଳକୁ ୪ ଓଭରରେ ବିନା ୱିକେଟରେ ପରାସ୍ତ କରି ଚମ୍ପିୟାନ ହୋଇଥିଲା । ଟୁର୍ଣ୍ଣାମେଣ୍ଟରେ ଲାଇଫ ଲାଇନ୍ ଦଳର ନନ୍ଦି ମ୍ୟାନ ଅଫ୍ ଦି ସିରିଜ ବିବେଚିତ ହୋଇଥିଲେ । ଉଦ୍‌ଘାଟକ ଅରୁପ ପଟ୍ଟନାୟକ ଯୋଗଦେଇ ଚମ୍ପିୟାନ ଦଳକୁ ୧୦ ହଜାର ଟଙ୍କା ଏବଂ ରନର୍ସ ଅପ୍ ଦଳକୁ ୫ ହଜାର ଟଙ୍କା ପ୍ରଦାନ କରିଥିଲେ । ଉକ୍ତ ଟୁର୍ଣ୍ଣାମେଣ୍ଟକୁ ସୋଲାର କ୍ଲବ ଓ ରାଜଧାନୀ ପାଠାଗାର ସଦସ୍ୟ ସଞ୍ଜୟ ଦାସ, ହିମାଂଶୁ ପରିଡ଼ା, ପ୍ରକାଶ ସାହୁ, ମଦନ ପଲାଇ, ଲେଲିନକର କାନୁନ୍‌ଗୋ, ପ୍ରଶାନ୍ତ ପାଣି, ମନୋଜ ମିଶ୍ର, ଆଦିତ୍ୟ ପ୍ରକାଶ ବେହେରା, ବିଭୂତି ଭୂଷଣ ପଣ୍ଡା, ବିବେକାନନ୍ଦ ବାରିକ, ଅର୍ଜୁନ ବେହେରା, ମିଲନ ପାଇକରାୟ ପ୍ରମୁଖ ସହଯୋଗ କରିଥିଲେ । ବଦ୍ରି ନାରାୟଣ ମିଶ୍ରଙ୍କ ଦ୍ୱାରା ଟୁଣ୍ଣାମେଣ୍ଟଟି ପରିଚାଳିତ ହୋଇଥିବାରୁ ସୋଲାର କ୍ଲବ ଏବଂ ରାଜଧାନୀ ପାଠାଗାରର ସଦସ୍ୟମାନେ ତାଙ୍କୁ ଧନ୍ୟବାଦ ଅର୍ପଣ କରିବା ସହିତ ବିଧାୟକ ଅନନ୍ତ ନାରାୟଣ ଜେନା ଉପସ୍ଥିତ ରହି ଖେଳର ଶେଭା ବର୍ଦ୍ଧନ କରିଥିବାରୁ ତାଙ୍କୁ ମଧ୍ୟ ଧନ୍ୟବାଦ ଜ୍ଞାପନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ