ତୃତୀୟ ଆନ୍ତର୍ଜାତୀୟ ଧଉଳି କଳା ଉତ୍ସବ ଉଦ୍‌ଘାଟିତ

ଭୁବନେଶ୍ୱର : ବିଶ୍ୱ ପ୍ରସିଦ୍ଧ ଧଉଳି ଶାନ୍ତିସ୍ତୁପ ପାଦ ଦେଶରେ ଅବସ୍ଥିତ ଧଉଳି ହସ୍ତଶିଳ୍ପ ବଜାର ଓ ମହାବିଦ୍ୟାଳୟ ପରିସରରେ ଉଦ୍‌ଘାଟିତ ହୋଇଯାଇଛି ତିନିଦିନିଆ ଜାତୀୟ ଧଉଳି କଳା ଉତ୍ସବ । ଏହି ଅବସରରେ ପ୍ରଥମ ଦିନ ୧୫୫୦ ଶିଶୁ ଚିତ୍ରଶିଳ୍ପୀଙ୍କ ଚିତ୍ର କଳା ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା । ଏଥିରେ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ସମ୍ମାନନୀୟ ଅତିଥି ରୂପେ ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଯୁଗ୍ମ ସଚିବ ମନୋସ୍ୱିନୀ ସାହୁ, ଟୁରିଷ୍ଟ ଅଫିସର ଅଜୟ ରାଉତ, ବାରିଷ୍ଟର ରଣଜିତ ମହାନ୍ତି, ଏଜୁକେଶନ ଇନ୍‌ଷ୍ଟିଚୁସନର ନିର୍ଦ୍ଦେଶକ ସସ୍ମିତା ମହାନ୍ତି, ଧଉଳି ସରପଞ୍ଚ ପୂର୍ଣ୍ଣିମା ସାହୁ, ହରେକୃଷ୍ଣ ସାହୁ, ନେପାଳର ବରିଷ୍ଠ ଚିତ୍ରଶିଳ୍ପୀ ଭୀମ ପ୍ରସାଦ ଶର୍ମା, ଶିଳ୍ପ ଓ କଳା ଓ ତାହାର ପ୍ରଭାବ ଉପରେ ଦୃଷ୍ଟିପାତ କରି ଶିଳ୍ପୀମାନଙ୍କୁ ପ୍ରଶଂସା କରିଥିଲେ । ଏହି ଅବସରରେ ସ୍ୱର୍ଗତ ଶିଳ୍ପୀ ଶରତ କୁମାର ରଥ ସମ୍ମାନରେ ହାଇଦ୍ରାବାଦର ଏମ୍‌. ରମେଶ ଓ ଭୁବନେଶ୍ୱରର ବିଶ୍ୱବିଜେତା ମହାରଣାଙ୍କୁ ସମ୍ମାନିତ କରାଯାଇଥିଲା । ଉତ୍ସବ ଅବସରରେ ମଧ୍ୟ ବିଶ୍ୱ ଶାନ୍ତି ଓ ବିଶ୍ୱ ତାପମାନ ବିଷୟବସ୍ତୁକୁ ନେଇ ଚିତ୍ରକଳା ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ଛାତ୍ରଛାତ୍ରୀମାନେ ଖୁବ୍ ସୁନ୍ଦର ଚିତ୍ର ଅଙ୍କନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ