ତୃତୀୟ ଇଂନିସ ଆରମ୍ଭ କଲେ ଅରବିନ୍ଦ କେଜ୍ରିଓ୍ଵାଲ୍

ନୂଆଦିଲ୍ଲୀ :- : ଆଜି ପୂର୍ବାହ୍ନରେ ସ୍ଥାନୀୟ ରାମଲୀଳା ମୈଦାନରେ ‘ଆପ୍’ ନେତା ଅରବିନ୍ଦ କେଜ୍ରିଓ୍ଵାଲ୍ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି।
ତାଙ୍କ ସହ ଶପଥ ନେଇଛନ୍ତି ଅନ୍ୟ ୬ଜଣ ମନ୍ତ୍ରୀ। ସେମାନେ ହେଉଛନ୍ତି ମନୀଷ ସିସୋଦିଆ, ସତ୍ୟେନ୍ଦ୍ର ଜୈନ, ଗୋପାଳ ରାୟ, କୈଳାସ ଗେହଲଟ, ଇମ୍ରାନ୍ ହୁସେନ୍ ଏବଂ ରାଜେନ୍ଦର ଗୌତମ । ଦିଲ୍ଲୀର ଲେଫ୍ନାଣ୍ଟ୍ ଗଭର୍ଣ୍ଣର୍ ଅନୀଲ ବୈଜାଲ୍ ସମସ୍ତଙ୍କୁ ଶପଥ ପାଠ କରାଇଥିଲେ। ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଏହା ହେଉଛି ଅରବିନ୍ଦ କେଜ୍ରିଓ୍ଵାଲ୍ଙ୍କ ତୃତୀୟ ପାଳି। କେଜ୍ରିଓ୍ଵାଲ୍ ଙ୍କ ଶପଥ ଗ୍ରହଣ କ।ର୍ଯ୍ୟକ୍ରମ ଲାଗି ରାମଲୀଳ ମୈଦାନକୁ ପୋଷ୍ଟର୍ ଓ ବ୍ୟାନର୍ରେ   ସଜାଯାଇଥିଲା। ବ୍ୟାନର୍ରେ କେଜ୍ରିଓ୍ଵାଲ୍ ଙ୍କ ଫଟୋ ସହ ଲେଖାଯାଇଥିଲା- ଧନ୍ୟବାଦ ଦିଲ୍ଲୀ। ଶପଥ ଗ୍ରହଣ ପୂର୍ବରୁ ‘ଆପ୍’ ଟୁଇଟ୍ କରିଥିଲା ଯେ ଆଉ ଏକ ଐତିହାସିକ ଘଟଣା ଦେଖିବାକୁ ରାମଲୀଳା ମୈଦାନରେ ଜନଗହଳି ହୋଇଛି। ସମସ୍ତେ ‘ଦିଲ୍ଲୀକା ବେଟା’ ଅରବିନ୍ଦ କେଜ୍ରିଓ୍ଵାଲ୍ ଙ୍କ ଆଶୀର୍ବାଦ କରିବାକୁ ଆସିଛନ୍ତି। ସୂଚନାଯୋଗ୍ୟ, ପ୍ରଥମଥର କେଜରିୱାଲ ମାତ୍ର ୪୯ ଦିନ ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ। ଦ୍ୱିତୀୟଥର ପାଇଁ ସେ ପୂର୍ଣ୍ଣ ପାଞ୍ଚବର୍ଷ କ୍ଷମତାରେ ରହିଥିଲେ। ଏଥର ନିର୍ବାଚନରେ ତାଙ୍କ ନେତୃତ୍ୱରେ ପରିଚାଳିତ ଆମ୍ ଆଦ୍ମୀ ପାର୍ଟି ଚମତ୍କାର ଫଳାଫଳ ପ୍ରଦର୍ଶନ କରି ମୋଟ୍ ୭୦ଟି ଆସନରୁ ୬୨ଟିରେ ବିଜୟୀ ହୋଇଛି । ଏଥିପାଇଁ ଦିଲ୍ଲୀ ପୁଲିସ୍ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ୩୦୦୦ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଛି ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ