ତୃତୀୟ ଓଡିଶା ନାଭାଲ ଟାଟା ତୃଣମୂଳ ସ୍ତରୀୟ ହକି ଦଳ ଚୟନ ଆରମ୍ଭ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ତୃଣମୂଳ ସ୍ତରରେ ରହିଥିବା ହକି ପ୍ରତିଭା ମାନଙ୍କୁ ସୁଯୋଗ ଦେବା ନିମନ୍ତେ ୧୬ ବର୍ଷ ବୟସ ବାଳକ ବାଳିକା କ୍ରୀଡାବିତ୍ ମାନଙ୍କ ଚୟନ ପ୍ରକ୍ରିୟା ଛତ୍ରପୁର ହକି ଖେଳପଡିଆ ଠାରେ ସୋମବାର ଆରମ୍ଭ ହୋଇଯାଇଛି । ଭାରତୀୟ ହକି ର ସଭାପତି ପଦ୍ମଶ୍ରୀ ଦିଲ୍ଲୀପ ତିର୍କି ମୁଖ୍ୟ ଅତିଥି ରୂପେ ଉପସ୍ଥିତ ରହି ଏହି ଚୟନ ପ୍ରକ୍ରିୟାର ଶୁଭାରମ୍ଭ କରିଛନ୍ତି । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ତୃତୀୟ ଓଡିଶା ନାଭାଲ ଟାଟା ହକି କ୍ରିଡାବିତ୍ ଚୟନ ହେବ । ଅଧ୍ୟକ୍ଷତା କରି ଜିଲ୍ଲାପାଳ ନିଜ ବକ୍ତବ୍ୟରେ ଓଡିଶାରେ ଖେଳର ବିକାଶ ନିମନ୍ତେ ଓଡିଶା ସରକାରଙ୍କ ପ୍ରୟାସ ଅବିରତ ଚାଲିଛି । ମୁଖ୍ୟମନ୍ତ୍ରୀଙ୍କ ପ୍ରଚେଷ୍ଟା ଫଳରେ ଗଞ୍ଜାମ ଜିଲ୍ଲା ଛତ୍ରପୁର ଠାରେ ହକି ପ୍ରଶିକ୍ଷଣ କେନ୍ଦ୍ର ସ୍ଥାପନ ହୋଇଛି । ଏହି କେନ୍ଦ୍ରରେ ବାଳକ ବାଳିକା ପ୍ରଶିକ୍ଷଣ ନେବାର ସୁଯୋଗ ପାଇବେ । ଓଡିଶାର ଗଞ୍ଜାମ, ଢେଙ୍କାନାଳ, ଯାଜପୁର, ନୟାଗଡ, ମୟୁରଭଞ୍ଜ, କଳାହାଣ୍ଡି, ସୁନ୍ଦରଗଡ ଓ ସମ୍ବଲପୁର ଏହିଭଳି ଆଠ ଗୋଟି ଜିଲ୍ଲାରୁ ଆସିଥିବା ୧୧ ଗୋଟି ଉଭୟ ବାଳକ ଓ ବହାଳିକା ଦଳ ଚୟନ ହେବେ ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ତିର୍କି ଜଣାଇଥିଲେଯେ, ଗଞ୍ଜାମ ଜିଲ୍ଲାର ଛତ୍ରପୁର ହକି ଖେଳରେ ଅନେକ ସୁନାମ ଆଣିଛି । ସେହି ଦୃଷ୍ଟିରୁ ଏହି ଛତ୍ରପୁର ପ୍ରଶିକ୍ଷଣ କେନ୍ଦ୍ର ଗ୍ରାମାଞ୍ଚଳର ହକି ଖେଳାଳି ପ୍ରତିଭା ମାନଙ୍କ ନିମନ୍ତେ ଏକ ଅପୂର୍ବ ସୁଯୋଗ ଆଣି ଦେବ । ଆଗାମୀ ୮ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ଚୟନ ପ୍ରତିଯୋଗିତାରେ ନିଶ୍ଚତ ରୂପେ ଭଲ ଖେଳାଳୀ ଚୟନ ହୋଇ ଓଡିଶା ପାଇଁ ଗର୍ବ ଓ ଗୌରବ ଆଣିଦେବେ । ସମ୍ମାନୀତ ଅତିଥି ଭାବେ ଓ. ଏସ୍.ସି. ଏଚ୍ ଆର୍ ର ପ୍ରକଳ୍ପ ନିର୍ଦ୍ଦେଶକ ଆଲୋକ କୁମାର ପାଲ୍ ଓଡିଶା ନାଭାଲ ଟାଟା ହକିର ମୁଖ୍ୟ କାର୍ଯ୍ୟ ସେଣ୍ଟର ପ୍ରକଳ୍ପ ନିର୍ଦ୍ଦେଶକ ରାଜୀବ୍ ସେଠ୍ ଯୋଗ ଦେଇ ନିଜ ନିଜ ବକ୍ତବ୍ୟରେ ଓଡିଶାର ହକି କ୍ରୀଡା କ୍ଷେତ୍ରରେ ଗଞ୍ଜାମ ଜିଲ୍ଲାର ଅବଦାନ ସମ୍ପର୍କରେ ଅବଗତ କରାଇ ଆଗାମୀ ପିଢୀଙ୍କୁ ନିଶ୍ଚିତ ରୂପେ ପ୍ରେରଣା ଯୋଗାଇବ ବୋଲି ଜଣାଇ ଗ୍ରାମୀଣ କ୍ରୀଡା କ୍ଷେତ୍ରରେ ଏକ ମାଇଲ ଖୁଣ୍ଟ ଆଗକୁ ଅତିକ୍ରାନ୍ତ କରିବ ବୋଲି ମତବ୍ୟକ୍ତ କରିଥିଲେ । କ୍ରୀଡା ଆରମ୍ଭ ପୂର୍ବରୁ ବାଲେଶ୍ବରର ବାହାନଗା ଟ୍ରେନ୍ ଦୂର୍ଘଟଣାରେ ମୃତ୍ୟୁବରଣ କରିଥିବା ଯାତ୍ରୀ ମାନଙ୍କ ଉଦ୍ଦେଶ୍ୟରେ ଏକ ମିନିଟ୍ ନିରବ ପ୍ରାର୍ଥନା କରି ସେମାନଙ୍କ ଆତ୍ମାର ସଦଗତି କାମନା କରିଥିଲେ ।ଚୟନ କୋଚ୍ ଭାବେ ରାଜନ୍ ଇକ୍କା, ବରିଷ୍ଠ ଜାତୀୟ ଖେଳାଳୀ ଦୀପକ୍ ଜେ. କେର୍କେଟା, ସୁଧୀର ଇକ୍କା ଏବଂ ନାଭାଲ ଟାଟା ଗ୍ରାସ୍ ରୁଟ୍ ହକି ସଂଯେୋଜକ ଶେଖର ଚନ୍ଦ୍ର ବେହେରା, ବୈଷୟିକ ନିର୍ଦ୍ଦେଶକ ତଥା ଭାରପ୍ରାପ୍ତ କୋଚ୍ ପିଟର ସୋରେନ୍, ବୈଷୟିକ ନିର୍ଦ୍ଦେଶକ ତଥା ବରିଷ୍ଠ ଜାତୀୟ କ୍ରୀଡାବିତ୍ ଜି. ତେଜେଶ୍ବର ରାଓ ଓ ଭାରପ୍ରାପ୍ତ ଜିଲ୍ଲା କ୍ରୀଡା ଅଧିକାରୀ ସୁକାନ୍ତ ଚନ୍ଦ୍ର ମିଶ୍ରଙ୍କୁ ଉପଢୌକନ ପ୍ରଦାନ ପୂର୍ବକ ସମ୍ମନୀତ କରାଯାଇଥିଲେ । ସଭାକାର୍ଯ୍ୟଟିକୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ପରିଚାଳନା କରିଥିଲେ । ଖ୍ୟାତନାମା ହକି ଖେଳାଳୀ ତଥା ଗଞ୍ଜାମ ହକି ସଂଘର ସମ୍ପାଦକ ଶତୃଘ୍ନ ନାହାକ ଏବଂ ଉପ ସଭାପତି ତଥା ଯୁବ ସାମାଜିକ କର୍ମୀ ଟି ଚନ୍ଦ୍ର ଶେ୍ଖର ରାଓ ଏବଂ ବହୁ କ୍ରୀଡା ପ୍ରତିଭାବାନ୍ ବ୍ୟକ୍ତି ଓ ସାମ୍ବାଦିକ ବନ୍ଧୁମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ