ତୃତୀୟ ଥର ପାଇଁ ରାଜ୍ୟ ସ୍ତରୀୟ ଯୋଗ ପ୍ରତିଯୋଗୀତାରେ ଆର୍ଯ୍ୟକନ୍ୟା ଗୁରୁକୂଳ ଛାତ୍ରୀ

ଗାଙ୍ଗପୁର,(ସନ୍ତୋଷ କୁମାର ବିଷୋଇ):ଭାବେ ତୃତୀୟ ଥର ପାଇଁ ବେଲଗୁଣ୍ଠା ବ୍ଳକ୍ ତନରଡା ସ୍ଥିତ ଆର୍ଯ୍ୟକନ୍ୟା ଗୁରୁକୂଳର ଛାତ୍ରୀ ରାଜ୍ୟ ସ୍ତରୀୟ ଯୋଗ ପ୍ରତିଯୋଗୀତା ପାଇଁ ମନୋନୀତ ହୋଇଛନ୍ତି I ସୂଚନା ପ୍ରକାରେ ଆଜି ଅନୁଷ୍ଠିତ ଜିଲ୍ଳା ସ୍ତରୀୟ ଯୋଗ ଅଲମ୍ପିଆଡ୍ ଚାମ୍ପିଅନସିପ୍-2024ରେ ତନରଡା ଆର୍ଯ୍ୟକନ୍ୟା ଗୁରୁକୂଳର ଅଷ୍ଟମ ଶ୍ରେଣୀ ଛାତ୍ରୀ ରେଶ୍ମା ବିଷୋୟୀ ରାଜ୍ୟ ସ୍ତରୀୟ ଯୋଗ ପ୍ରତିଯୋଗୀତା-24 ପାଇଁ କୃତିତ୍ୱ ହାସଲ କରିଛନ୍ତି I ପ୍ରକାଶ ଥାଉକି ଗତ ଦୁଇ ବର୍ଷରେ ମଧ୍ୟ ଏହି ଅନୁଷ୍ଠାନର ଛାତ୍ରୀ ରାଜ୍ୟ ସ୍ତରୀୟ ଯୋଗ ପ୍ରତିଯୋଗୀତା ପାଇଁ କୃତିତ୍ୱ ହାସଲ କରିଥିଲେ I ଆଜି ରେଶ୍ମାଙ୍କ ସଫଳତା ପାଇଁ ତାଙ୍କୁ ଅନୁଷ୍ଠାନର ପ୍ରଧାନ ଶିକ୍ଷକ ସୂର୍ଯ୍ୟନାରାୟଣ ସେଠୀ, କ୍ରୀଡ଼ା ଶିକ୍ଷୟିତ୍ରୀ ଗୀତାଞ୍ଜଳି ମିଶ୍ର, ବ୍ଳକ୍ କ୍ରୀଡ଼ା ସମ୍ପାଦକ ଆଶୁତୋଷ ସ୍ୱାଇଁ,ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ସାହୁଙ୍କ ସମେତ ବ୍ଳକର ସମସ୍ତ କ୍ରୀଡ଼ା ଶିକ୍ଷକ ଶିକ୍ଷୟିତ୍ରୀ ଶୁଭେଚ୍ଛା ଜଣାଇଛନ୍ତି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ