ତୃତୀୟ ଦିନରେ ଗଞ୍ଜାମ ଜିଲ୍ଲାପାଳ ଓ ଗଞ୍ଜାମ ଏସପିଙ୍କ ପରିବାରର ସ୍ୱାସ୍ଥ୍ୟ ଯାଚଂ କଲା ଟିମ୍‌

ଛତ୍ରପୁର:ଗଞ୍ଜାମ ଜିଲ୍ଲାରେ ଘରକୁ ଘର ଯାଇ ଲୋକ ମାନଙ୍କ ସ୍ୱାସ୍ଥ୍ୟ ଯାଂଚ୍ ସହ ସେମାନଙ୍କ ତଥ୍ୟ ସଂଗ୍ରହ କରାଯାଉଛି । ଉକ୍ତ ଘର ମାନଙ୍କରେ ଥିବା ଲୋକମାନଙ୍କ ଜ୍ୱର, କାଶ, ସର୍ଦ୍ଦି ପରି ଲକ୍ଷଣ ରହିଛି କି ନାହିଁ ତାହା ଟିମ୍ ସଂଗ୍ରହ କରୁଛି । ଯଦି ଘର ମାନଙ୍କ ଥିବା ଲୋକଙ୍କ ଏହିସବୁର କିଛି ସାମାନ୍ୟ ଲକ୍ଷ୍ୟଣ ଥିଲେ ଏହି ରିପୋର୍ଟକୁ ଆଧାର କରି ଏହି ଟିମ୍ ସ୍ୱାସ୍ଥ୍ୟ ବିଭାଗକୁ ଅବଗତ କରାଇବ । ପରେ ଏହି ରିପୋର୍ଟକୁ ଆଧାର କରି ସ୍ୱାସ୍ଥ୍ୟ ବିଭାଗ ଟିମ୍ ଉକ୍ତ ବ୍ୟକ୍ତି ମାନଙ୍କୁ ତାଙ୍କ ଘରୁ ଆମ୍ବୁଲାନ୍ସ ଯୋଗେ ଚିକିତ୍ସା କରାଇବା ପାଇଁ ବ୍ୟବସ୍ଥା କରାଯିବ ବୋଲି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ଗଠିତ ହେବା ଟିମ୍ ରେ ଅଙ୍ଗନବାଡ଼ି କର୍ମୀ, ଆଶା କର୍ମୀ,ଏଏନଏମ୍ ଓ ଶିକ୍ଷକ ରହିଛନ୍ତି । ସେମାନେ ଜିଲ୍ଲାର ୭ଲକ୍ଷ ପରିବାର ୪୦ଲକ୍ଷଙ୍କ ସ୍କ୍ରେନିଂ କାର୍ଯ୍ୟ କରି ଆସୁଛନ୍ତି । ଏନେଇ ଛତ୍ରପୁର ଏନଏସି ପକ୍ଷରୁ ୧୪ଟି ୱାର୍ଡ଼ର ୨୬ଗୋଟି ଟିମ୍ ଗଠନ କରାଯାଇ ଘରକୁ ଘର ବୁଲି ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ବିକ୍ରମ କୁମାର ଦୋରାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସ୍ୱାସ୍ଥ୍ୟ ଯାଚଂ କରାଯାଉଛି । ତୃତୀୟ ଦିନରେ ଏନଏସି ପକ୍ଷରୁ ଗଠିତ ଟିମ୍ ଶନିବାର ୬ ନମ୍ବର ୱାର୍ଡ଼ ଅନ୍ତର୍ଗତ ଜିଲ୍ଲାପାଳଙ୍କ ବାସଭବନକୁ ଯାଇ ତାଙ୍କର ପରିବାରର ସ୍ୱାସ୍ଥ୍ୟ ଯାଚଂ କରିଥିବା ଜଣାପଡ଼ିଛି । ଏହି ଯାଂଚ୍ କାର୍ଯ୍ୟରେ ଅଙ୍ଗନବାଡ଼ି କର୍ମୀ ସଂଗୀତା ମହାପାତ୍ର, ହେଲପର୍ ଆର୍‌. ଲାଲି ଓ ଶିକ୍ଷୟତ୍ରୀ ଅରୁଣା ଗୌଡ଼ ଉପସ୍ଥିତ ଥିଲେ । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କୁ ବ୍ୟକ୍ତିଗତ ଭାବେ ଭେଟି ଏହି ଟିମ୍ ତାଙ୍କ ପରିବାର ବିଭିନ୍ନ ସ୍ୱାସ୍ଥ୍ୟଜନିତ ତଥ୍ୟ ସଂଗ୍ରହ କରିଥିଲେ।ସେହିପରି ଅନ୍ୟଏକ ଟିମ୍ ୬ନମ୍ବର ୱାର୍ଡ଼ ଅନ୍ତର୍ଗତ ଗଞ୍ଜାମ ଏସପିଙ୍କ ବାସଭବନକୁ ଯାଇ ତାଙ୍କ ପରିବାରର ସ୍ୱାସ୍ଥ୍ୟ ଯାଚଂ କରିଥିଲେ । ଏହା ସହିତ ଗଞ୍ଜାମ ଏସପି ବ୍ରିଜେଶ କୁମାର ରାଏ ଙ୍କୁ ବ୍ୟକ୍ତିଗତ ଭାବେ ଭେଟି ପରିବାରର ସ୍ୱାସ୍ଥ୍ୟଜନିତ ତଥ୍ୟ ସଂଗ୍ରହ କରିଥିଲେ । ଏହି ଟିମ୍ ରେ ଅଙ୍ଗନବାଡ଼ି କର୍ମୀ ଏ. ଇନ୍ଦିରା, ହେଲପର୍ ଜି. ସନ୍ତୋଷୀ ରେଡ୍ଡି, ଶିକ୍ଷୟତ୍ରୀ ସୁଜତା ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ