ତୃତୀୟ ଦିନରେ ପହଞ୍ଚିଲା ପ୍ରାଥମିକ ଶିକ୍ଷକଙ୍କ ଧାରଣା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପାରଳାଖେମୁଣ୍ଡି ଗଜପତି ଜିଲ୍ଲା ଗୋଶାଣୀ ବ୍ଳକର ନିଷ୍ଫଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡରେସନ ପକ୍ଷରୁ ଗୋଶାଣୀ ବ୍ଳକ ଶିକ୍ଷାଅଧୂକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚଲାଇଥିବା ଧାରଣା ତୃତୀୟ ଦିନରେ ପହଞ୍ଚିଛି ।ରାଜ୍ୟ ସଙ୍ଘ ଓ ଜିଲ୍ଲା ସଙ୍ଘର ନିର୍ଦ୍ଦେଶକ୍ରମେ ତିନି ଦଫା ଦାବି ନେଇ ବ୍ଳକରେ ଧାରଣା ଦେଇଛନ୍ତି । ଦାବି ଗୁଡିକ ହେଲା ଚୁକ୍ତି ଭିତ୍ତିକ ପ୍ରଥା ଉଚ୍ଛେଦ, ୬/୭ ବର୍ଷ ଚୁକ୍ତି ଭିତ୍ତିକ ସିନିଆରକୁ ଗଣନା କରି ଜାତୀୟ ଇନକ୍ରିମେଣ୍ଟ ପ୍ରଦାନ ତଥା ପ୍ରମୋସନ ଦେବା, ନୂତନ ପେନସନ ଯୋଜନା ଉଚ୍ଛେଦ କରି ପୁରାତନ ପେନସନ ଯୋଜନା ଲାଗୁ କରିବା । ଏହି କାର୍ଯ୍ୟକ୍ରମରେ ବହୁ ଶିକ୍ଷକଶିକ୍ଷୟିତ୍ରୀ ଯୋଗ ଦେଇ ଧାରଣା ଦେଇ ଥିବାର ଦେଖିବାକୁ ମିଳିଛି ।