ତୃତୀୟ ଦିନରେ : ୧୨୮ ଜଣ ପାର୍ଥୀ ନାମାଙ୍କନ ପତ୍ର ଦାଖଲ କଲେ

ଛତ୍ରପୁର, (ଦେବଦତ୍ତ ମହାରଣା) :-ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ନିମନ୍ତେ ସୋମବାର ଠାରୁ ବିଭିନ୍ନ ପଦ ପଦବୀ ନିମନ୍ତେ ପ୍ରାର୍ଥୀ ମାନଙ୍କ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ଆଜି ତୃତୀୟ ଦିନରେ ଛତ୍ରପୁର ବ୍ଲକର ୧୮ଟି ଗ୍ରାମ ପଂଚାୟତର ବିଭିନ୍ନ ପଦ ପଦବୀ ନିମନ୍ତେ ୧୨୮ ଜଣ ପାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ୨୦ ଜଣ ସରପଞ୍ଚ ପ୍ରାର୍ଥୀ ଓ ୧୦୧ ଜଣ ୱାର୍ଡ ମେମ୍ବର ପାର୍ଥୀ ନିଜ ନିଜ ପଂଚାୟତର ରିଟର୍ଣ୍ଣି ଅଫିସରଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେହିପରି ସମିତିସଭ୍ୟ ପଦବୀ ନିମନ୍ତେ ୭ ଜଣ ପାର୍ଥୀ ପତ୍ର ବିଡିଓ ସାରଦା ପ୍ରସନ୍ନ ପଣ୍ଡାଙ୍କ ନିକଟରେ ଦାଖଲ କରିଛନ୍ତି । ସେଥି ମଧ୍ୟରୁ ବଡ ମାଧପୁର ଗ୍ରାମ ପଞ୍ଚାୟତର ସମିତିସଭ୍ୟ ନିମନ୍ତେ ସୁନତୀ ସାହୁ, ଲକ୍ଷ୍ମୀପୁର ପଂଚାୟତର ସମିତିସଭ୍ୟ ନିମନ୍ତେ ଏନ୍‌. ରମେଶ ରେଡ୍ଡି, ପୋଟ୍ଟଲାମପୁର ପଂଚାୟତର ସମିତିସଭ୍ୟ ନିମନ୍ତେ ଶମ୍ଭୁନାଥ ସ୍ୱାଇଁ, କାଳିପଲ୍ଲୀ ପଂଚାୟତର ସମିତିସଭ୍ୟ ନିମନ୍ତେ ବିକାଶ କୁମାର ବେହେରା, ଅଗସ୍ତି ନୂଆଗାଁ ର ସମିତିସଭ୍ୟ ନିମନ୍ତେ କିରଣ କୁମାରୀ ଦାସ, ଟାଙ୍ଗଣାପଲ୍ଲୀ ପଂଚାୟତର ସମିତିସଭ୍ୟ ନିମନ୍ତେ ପ୍ରଶାନ୍ତ କୁମାର ପ୍ରଧାନ ଓ ବଉଳଗାଁ ପଂଚାୟତର ସମିତିସଭ୍ୟ ନିମନ୍ତେ ରାମ ଚନ୍ଦ୍ର ପରିଡା ନିଜ ନିଜର ପ୍ରାର୍ଥୀ ପତ୍ର ବୁଧବାର ଦିନ ପଞ୍ଚାୟତ କାର୍ଯ୍ୟାଳୟରେ ଦାଖଲ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ