ତୃତୀୟ ଦିବସରେ ଗଜପତି ଜିଲ୍ଲା ନେହେରୁ ଯୁବ କେନ୍ଦ୍ର “ଆଜାଦୀ କି ଅମୃତ ମହୋତ୍ସବ”

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : କେନ୍ଦ୍ର ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରାଳୟ ଅଧିନସ୍ଥ ନେହେରୁ ଯୁବ କେନ୍ଦ୍ର ଆନୁକୁଲ୍ୟରେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଠାରେ ଅବସ୍ଥିତ ଜିଲ୍ଲା ଏନ୍‌ୱାଇକେର ମୁଖ୍ୟ କାର୍ଯ୍ୟାଳୟ ଠାରେ ସ୍ୱାଧୀନତା ଦିବସ ଠାରୁ “ଆଜାଦୀ କି ଅମୃତ ମହୋତ୍ସବ” ଆରମ୍ଭ ହୋଇଛି । ଆଜି ଏହି ମୋହତ୍ସବ ୩ଦିନରେ ପହଞ୍ôଚଛି । ନେହେରୁ ଯୁବ କେନ୍ଦ୍ରର ଜିଲ୍ଲା ଯୁବ ଅଧିକାରୀ ବିଜୟ କୁମାର ମହାପାତ୍ରଙ୍କ ନେତୃତ୍ୱରେ ଆୟୋଜିତ ଏହି “ଆଜାଦୀ କି ଅମୃତ” ମହୋତ୍ସବ ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମ ଆଗାମୀ ସେପ୍ଟମ୍ବର ୪ତାରିଖ ପର୍ଯ୍ୟନ୍ତ ଗଜପତି ଜିଲ୍ଲାର ୭୫ଗୋଟି ଗ୍ରାମରେ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି । ଏହାର ଉଦ୍‌ଘାଟନ ନୂଆଗଡ ବ୍ଲକର ରଙ୍ଗମୁଣ୍ଡା ଗ୍ରାମରେ “ସତ୍ୟ ଜ୍ୟୋତି ଯୁବକ ସଂଘ”, କାଶୀନଗର ବ୍ଲକର ବିସିରିଙ୍ଗି ଗ୍ରାମ ଠାରେ “ଶ୍ରୀଶ୍ରୀ ଗାରାମ୍ମାତାଲି ଯୁବକ ସଂଘ” ଓ କେ.ସୀତାପୁର ଗ୍ରାମର “ଝାନସୀରାଣୀ ଯୁବକ ସଂଘ” ଦ୍ୱାରା ୩ଗୋଟି ଗ୍ରାମରେ ଆରମ୍ଭ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ୭୫ ଜଣ ଯୁବକ ଯୁବତୀ ମାନେ ଯୋଗ ଦେଇଥିଲେ । ଜାତୀୟ ସଙ୍ଗୀତ ଗାନ କରି ଶପଥ ପାଠ ଗ୍ରହଣ କରି ଭାରତ ସମ୍ବିଧାନର ସମସ୍ତ ନିୟମକୁ ପାଳନ କରି ତତ୍‌ସହିତ ପ୍ରତିଦିନ ୩୦ ମିନିଟ୍ ଦୈଡ, ବ୍ୟାୟାମ କରି ନିଜକୁ ସୁସ୍ଥ ରଖିବା ସହ ପରିବାର ବର୍ଗ, ସାଙ୍ଗ ସାଥି ଏବଂ ଚତୁପାଶ୍ୱର୍ରେ ଥିବା ସମସ୍ତଙ୍କୁ ଏଥିରେ ଯୋଗ ଦେଇ ନିୟମିତ ଭାବେ ଫିଟ୍ ରହିବା ଏବଂ ଏକ ସୁସ୍ଥ ସମାଜ ଗଢିବା ତୋଳିବା ପାଇଁ ଏହି ମହୋତ୍ସବ ଆରମ୍ଭ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ