ତୃତୀୟ ପର୍ଯ୍ୟାୟରେ ଛତ୍ରପୁର ବ୍ଲକ ର ପାଞ୍ଚ ଟି ସ୍ମାର୍ଟ ସ୍କୁଲ କୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଛତ୍ରପୁର, (ଦେବଦତ୍ତ ମହାରଣା):ଛତ୍ରପୁର ବ୍ଲକ ଅନ୍ତର୍ଗତ ଟାଙ୍ଗଣାପଲ୍ଲୀ ସ୍ଥିତ ନୀଳକଣ୍ଠେଶ୍ୱର ବିଦ୍ୟାପୀଠ,ମହାନାଦପୁର ୟୁ ଜି ହାଇସ୍କୁଲ,ପୋଡାପଦର ୟୁ ଜି ହାଇସ୍କୁଲ,ଗଙ୍ଗାପୁର ହାଇସ୍କୁଲ ଓ ବିପୁଳୀଙ୍ଗୀ ହାଇସ୍କୁଲ କୁ ତୃତୀୟ ପର୍ଯ୍ୟାୟରେ ଫାଇବ -ଟି ସ୍ମାର୍ଟସ୍କୁଲ ଭାବେ ରୂପାନ୍ତରିତ ହୋଇଛି l ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଅନୁଷ୍ଠାନିକ ଭାବେ ଭିଡିଓ କନଫେରେନ୍ସ ମାଧ୍ୟମରେ ଉକ୍ତ ହାଇସ୍କୁଲ ଗୁଡ଼ିକୁ ଲୋକାର୍ପିତ କରିଥିଲେ lଏହି ଅବସରରେ ରେ ଛତ୍ରପୁର ବିଡ଼ିଓ ସୁଶାନ୍ତ କୁମାର ବରାଳ, ସହକାରୀ ନିର୍ବାହୀ ଯନ୍ତ୍ରୀ ଲଗ୍ନଜିତ ସାହୁଙ୍କ ସହ ଅଂଚଳ ର ସମସ୍ତ ଜନ ପ୍ରତିନିଧି ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ, କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ l ସେହିପରି ରୁପାନ୍ତରିତ ସ୍କୁଲ ମାନଙ୍କୁ ରଙ୍ଗବେରଙ୍ଗର ଆଲୋକ ମାଳାରେ ସୁସଜ୍ଜିତ କରାଯାଇଥିଲା l ଉକ୍ତ ସ୍ମାର୍ଟ ସ୍କୁଲ ରେ ରୂପାନ୍ତରିତ ହୋଇଥିବାରୁ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଖୁସିର ଲହରି ଖେଳି ଯାଇଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ