ତୃତୀୟ ପର୍ଯ୍ୟାୟରେ ବ୍ଲକରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଶୁଭାରମ୍ଭ

ଭଣ୍ଡାରିପୋଖରୀ, (ଦୁର୍ଯୋଧନ ଲେଙ୍କା):ଗତ ୨୬ତାରିଖ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭଦ୍ରକ ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଶୁଭାରମ୍ଭ କରି ସାରିବା ପରେ ବିଭିନ୍ନ ବ୍ଲକରେ ମଧ୍ୟ ଏବେ ହିତାଧିକାରୀ ମାନଙ୍କୁ କାର୍ଡ ବଣ୍ଟନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଭଣ୍ଡାରିପୋଖରୀ ବ୍ଲକ ପ୍ରଶାସନ ପକ୍ଷରୁ ବିଭିନ୍ନ ପଞ୍ଚାୟତରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ତିନି ଦିନ ହେବ ଆରମ୍ଭ ହୋଇଥିବା ବେଳେ ବିଧାୟକ ପ୍ରଫୁଲ୍ଲ ସାମଲ ବିଭିନ୍ନ ପଞ୍ଚାୟତରେ ପହଂଚି ଏହାର ଶୁଭାରମ୍ଭ କରିଛନ୍ତି। ଆଜି ରାମଚନ୍ଦ୍ରପୁର ପଂଚାୟତ ପର୍ବତୀ ସ୍କୁଲ ଠାରେ ସରପଞ୍ଚ ବିଜୟ କୁମାର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମ ରେ ବିଧାୟକ ଶ୍ରୀଯୁକ୍ତ ସାମଲ ମୁଖ୍ୟଅତିଥି ଭାବେ ଯୋଗ ଦେଇ ହିତାଧିକାରୀ ମାନଙ୍କୁ କାର୍ଡ ବଣ୍ଟନ କରିଥିଲେ। ଏଥିରେ ସମାଜସେବୀ ହାଡ଼ିବନ୍ଧୁ ସେନାପତି, ମହେଶ୍ୱର ରାଉତ, ଯୁବନେତା ଲଳିତ ରାଉତ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟ ନିର୍ବାହୀ ଅଧିକାରୀ ବୈଦେହୀ ମୁଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ବାଲିପୋଖରୀ ପଂଚାୟତ କୋରକରା ଠାରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ସାମ୍ବାଦିକ ଦୁର୍ଯ୍ୟୋଧନ ଲେଙ୍କା ଅଧ୍ୟକ୍ଷତା କରିଥିବା ବେଳେ ଏଥିରେ ମୁଖ୍ୟ ଅତିଥି ଭାବେ ବିଧାୟକ ଯୋଗଦେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ କଲ୍ୟାଣକାରୀ ବହୁମୁଖି ଯୋଜନାର ଶୁଭାରମ୍ଭ କରିଥିଲେ। ଏଥିରେ ସ୍ଥାନୀୟ ସରପଞ୍ଚ ରଞ୍ଜୁଲତା ସେଠୀ, ଯୁବନେତା ଉତ୍କଳ କେଶରୀ ମହାନ୍ତି, ବିଶ୍ୱଜିତ ଜେନା, ବିଭୁପ୍ରସାଦ ଦାସ, ପର୍ଶୁରାମ ପଣ୍ଡା, ଗଗନ ବିହାରୀ ସେଠି ପ୍ରମୁଖ ଯୋଗଦେଇ ଥିଲେ। କାର୍ଯ୍ୟ ନିର୍ବାହୀ ଅଧିକାରୀ ନାରଣ ଚନ୍ଦ୍ର ଦାସ ଧନ୍ୟବାଦ ଦେଇଥିଲେ। ରଣଜିତ ପଂଚାୟତ ବଳଦେବଜୀଉ ଉଚ୍ଚ ବିଦ୍ୟାଳୟ ପରିସରରେ ଯୁବନେତା ସୁଶାନ୍ତ ମଲ୍ଲିକଙ୍କ ସଂଯୋଜନା ରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଧାୟକ ଶ୍ରୀଯୁକ୍ତ ସାମଲ ଯୋଗଦେଇ କାର୍ଡ ବିତରଣ କରିଥିଲେ। ଅନ୍ୟତମ ଅତିଥି ଭାବେ ତହସିଲ ସରୋଜକାନ୍ତ ନାୟକ, ଜିଲ୍ଲା ପରିଷଦ ସଭ୍ୟ ଦୀପ୍ତିସୂର୍ଯ୍ୟ ବିଶ୍ୱାଳ ଯୋଗ ଦେଇଥିଲେ। କାର୍ଯ୍ୟ ନିର୍ବାହୀ ଅଧିକାରୀ ଗୌରାଙ୍ଗ ଦେହୁରୀ ଧନ୍ୟବାଦ ଦେଇଥିଲେ।ସେହିଭଳି ନିର୍ଗୁଣ୍ଡି ପଂଚାୟତର ବାରିକପୁର ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଶିକ୍ଷାବିତ ଘନଶ୍ୟାମ ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଧାୟକ ଶ୍ରୀଯୁକ୍ତ ସାମଲ ଯୋଗଦେଇ ହିତାଧିକାରୀଙ୍କୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସରପଞ୍ଚ ନମିତା ପାତ୍ର, ସମାଜସେବୀ ସୁରେନ୍ଦ୍ର ପାଲ ପ୍ରମୁଖ ଏଥିରେ ଯୋଗଦେଇ ଥିବା ବେଳେ ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରମୋଦ ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ସେହିଭଳି ଜଳମଣ୍ଡୁଆ ପଞ୍ଚାୟତ ଭଗିବିନ୍ଧା ଠାରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରକାଶ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବିଧାୟକ ଶ୍ରୀଯୁକ୍ତ ସାମଲ ଯୋଗଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସରପଞ୍ଚ ଜଗବନ୍ଧୁ ଦାସ, ସମିତି ସଭ୍ୟା ତନୀମା ରାଉତ, ବରିଷ୍ଠ ନାଗରିକ ରଘୁନାଥ ପଣ୍ଡା, ଧନେଶ୍ୱର ବାରିକ ପ୍ରମୁଖ ଉପସ୍ଥିତ ଥିଲେ। ବିଶେଷ କରି ଉପସ୍ଥିତ ଥିବା ମହିଳା ହିତାଧିକାରୀ ମାନଙ୍କୁ ବିଧାୟକ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। କାର୍ଯ୍ୟ ନିର୍ବାହୀ ଅଧିକାରୀ ନନ୍ଦ କିଶୋର ରାଉତ ଧନ୍ୟବାଦ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ