ତୃତୀୟ ପର୍ଯ୍ୟାୟ ସଟ୍‌ଡାଉନ୍ ଆରମ୍ଭ

ଭୁବନେଶ୍ୱର: ଆରମ୍ଭ ହୋଇଛି ସାପ୍ତାହିକ ଦୁଇ ଦିନିଆ ଶଟ୍‌ଡାଉନ୍‌ କଟକଣା। ଆଜି ଜୁନ୍‌ ମାସର ତୃତୀୟ ଶନିବାର। ସରକାରଙ୍କ ନିୟମ ଅନୁସାରେ ଜାରି ରହିଛି ଶଟ୍‌ଡାଉନ୍‌ କଟକଣା। ତେଣୁ ଆଜି ଓ ଆସନ୍ତାକାଲି କଟକ, ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡ଼ା, ଗଞ୍ଜାମ, ନୟାଗଡ଼, ବଲାଙ୍ଗିର, ଯାଜପୁର, ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର ଜିଲ୍ଲା ବନ୍ଦ ରହିବ। ଏହି ଶଟ୍‌ଡାଉନ୍‌ରେ ଅନେକ କୋହଳ ନିୟମ ରହିଥିଲେ ମଧ୍ୟ ଚେକିଂକୁ ଅଧିକ କଡ଼ାକଡ଼ି କରାଯାଇଛି। ଏଠାରେ ବିନା କାମରେ ବାହାରୁଥିବା ଲୋକଙ୍କଠାରୁ ଜୋରିମାନା ଆଦାୟ କରାଯାଉଥିବାର ଖବର ମିଳିଛି। ଜରୁରୀ ସେବାରେ ନିୟୋଜିତ ବ୍ୟକ୍ତିବିଶେଷଙ୍କୁ ଦିଆଯାଇଛି ସ୍ୱତନ୍ତ୍ର ପାସ୍‌। କଟକଣା ଲାଗି ଥିବାରୁ ରାସ୍ତାଘାଟ ଖାଁ ଖାଁ। ଦୋକାନ ବଜାର ବି ବନ୍ଦ। ଗଡ଼ୁନି ଅଟୋ କି ଟ୍ୟାକ୍ସି। ଉପକୂଳର ୧୦ ଓ ବଲାଙ୍ଗିରକୁ ମିଶାଇ ୧୧ ଜିଲ୍ଲାରେ ଜାରି ରହିଛି କଟକଣା। ଆଜି ଓ ଆସନ୍ତାକାଲି ଶଟ୍‌ଡାଉନ୍‌ ହୋଇଛି ଏହି ୧୧ଟି ଜିଲ୍ଲା। ଅଧିକ କୋରୋନା ଆକ୍ରାନ୍ତ ୧୧ ଜିଲ୍ଲାକୁ ଆଜି ଓ ଆସନ୍ତାକାଲି ଶଟ୍‌ଡାଉନ୍‌ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ