ତୃତୀୟ ବିଶ୍ୱ ଯୁଦ୍ଧକୁ ଅଟକାଇବାକୁ ବିଶ୍ୱଶାନ୍ତି ନାମଯଜ୍ଞ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :ଗତିଧାମ ଫାଉଣ୍ଡେସନ ପକ୍ଷରୁ ବିଶ୍ୱଶାନ୍ତି ପାଇଁ ବ୍ରହ୍ମପୁର ଗ୍ରାମର ଗାଦି ଗୋସାଇଁ ପୀଠରେ ଏକ ବିଶ୍ୱଶାନ୍ତି ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଶତାଧିକ ଶ୍ରଦ୍ଧାଳୁ ଏହି ନାମଯଜ୍ଞରେ ଯୋଗଦେଇ ହରି କୀର୍ତ୍ତନ ଶ୍ରବଣ କରିଥିଲେ । କେନ୍ଦ୍ରାପଡା ଜିଲ୍ଲାର ଗରଦପୁର ବ୍ଲକର ପାଟକୁରା, କୋଡପଲା, ବେଡାରି, ମଲ୍ୟ ଏବଂ ବ୍ରହ୍ମପୁର ଗ୍ରାମର ପାଞ୍ଚ ପଞ୍ଝା କୀର୍ତ୍ତନ ମଣ୍ଡଳୀ ଏହି ଯଜ୍ଞରେ ଯୋଗଦେଇ ନାମ ସଙ୍କିର୍ତ୍ତନ କରିଥିଲେ । ନଗର କୀର୍ତ୍ତନରେ କୀର୍ତ୍ତନ ମଣ୍ଡଳୀ, ଆୟୋଜକ ଏବଂ ସ୍ଥାନୀୟ ଯୁବକ ଓ ଶ୍ରଦ୍ଧାଳୁମାନେ ଘରେ ଘରେ ପହଞ୍ଚି ଶାନ୍ତିର ବାର୍ତ୍ତା ପହଞ୍ଚାଇଥିଲେ । ଏକହଜାର ୮ଜଣଙ୍କୁ ଏହି ଯଜ୍ଞକୁ ଆମନ୍ତ୍ରଣ କରାଯାଇଥିଲା । ଶେଷରେ ୟୁକ୍ରେନରେ ଚାଲିଥିବା ତଦଜନିତ ତୃତୀୟ ବିଶ୍ୱ ଯୁଦ୍ଧର ଆଶଙ୍କାକୁ ଏଡାଇବା ପାଇଁ ହରିବୋଲ ହୁଳହୁଳି ଦିଆଯାଇଥିଲା । ଫାଉଣ୍ଡେସନର ସଭାପତି ଗୈାସ୍ୱାମୀ ଅନାମ ଚରଣ ଦାଶଙ୍କ ଦ୍ୱାରା ଏହି ଯଜ୍ଞର ଆୟୋଜିତ କରାଯାଇଥିଲା । ଫାଉଣ୍ଡେସନର ଉପଦେଷ୍ଟା ପ୍ରଫେସର କମଳାକାନ୍ତ ଦାଶ ହରିକୀର୍ତ୍ତନରେ ନିଜକୁ ସାମିଲ କରିଥିଲେ । କାର୍ଯ୍ୟକ୍ରମରେ ଫାଉଣ୍ଡେସନର ଉପସଭାପତି ମନୋରମା ଦାଶ ଏବଂ କୋଷାଧ୍ୟକ୍ଷ ସ୍ନେହଲତା ରାଉତରାୟ ଶତାଧିକ ମହିଳା ଏବଂ ଯୁବତୀଙ୍କୁ ଏକାଠି କରି ଏହି କାର୍ଯ୍ୟକ୍ରମରେ ସାମିଲ କରାଇଥିଲେ । ସ୍ଥାନୀୟ ସରପଞ୍ଚ ଅନିତା ମାହାଳି, ସଭ୍ୟ ଦିଲ୍ଲିପ ପଣ୍ଡା ବିଶ୍ୱଶାନ୍ତି ନାମଯଜ୍ଞରେ ଯୋଗଦେଇ ଗଡିଧାମର ଏହି ଅଭିନବ ପ୍ରୟାସକୁ ଭୂୟସୀ ପ୍ରଶଂସା କରିଥିଲେ ।