ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ
ଭଞ୍ଜନଗର,(ସନ୍ତୋଷ କୁମାର ଜେନା):ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ଅଦାଲତ ପରିସରରେ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଶନିବାର ଅନୁଷ୍ଠିତ ହୋଇଯାଇଛି। ତାଲୁକ୍ ଆଇନ ସେବା କମିଟି ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଦେବଦତ୍ତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଲୋକ ଅଦାଲତରେ ବରିଷ୍ଠ ଦେଓ୍ବାନୀ ଜଜ୍ ଦେବାଶିଷ ବିଷୋୟୀ,ଏସଡିଜେଏମ୍ ଅମିତ କୁମାର, ଜେଏମ୍ଏଫସି ସୁଶ୍ରୀ ଭିଏନା ନାୟକ ମୋଟ ୫୦୦ ଗୋଟି ମାମଲାର ବିଚାରଣ କରି ରାୟ ଶୁଣାଇ ଥିଲେ।ବିଚାର ହୋଇଥିବା ମାମଲା ଗୁଡ଼ିକରେ କ୍ଷତିଗ୍ରସ୍ତ ମାନଙ୍କୁ ୧ କୋଟି ୬୧ ଲକ୍ଷ ୯୭ ହଜାର ୩୫୩ ଟଙ୍କା କ୍ଷତିପୂରଣ ପ୍ରଦାନ କରିବା ନେଇ ଶୁଣାଣୀ ହୋଇଥିଲା। ଲୋକ ଅଦାଲତ ବେଞ୍ଚ୍ ସଦସ୍ୟ ଡ.ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ,ରମେଶ ଚନ୍ଦ୍ର ପଣ୍ଡା,ତାଲୁକ୍ ଆଇନ ସେବା କମିଟି ସଦସ୍ୟା ଅଳକା ମଞ୍ଜରୀ ପଟ୍ଟନାୟକ,ଓକିଲ ସଂଘ ସଭାପତି ଶୈଳେନ୍ଦ୍ର ନାରାୟଣ ସାହୁ, ଆଇନଜୀବୀ ବଂଶୀଧର ପ୍ରଧାନ, ସନ୍ତୋଷ ତିଆଡି, ଶୁଦ୍ଧି ରଞ୍ଜନ ମହାପାତ୍ର, ରଜନୀ କୁମାର ପଟ୍ଟନାୟକ, ଅରୁଣ କୁମାର ପାଢୀ, ସମିର କୁମାର ନାୟକ, ପ୍ରକାଶ ମହାପାତ୍ର, ବନବାସୀ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। କୋର୍ଟ କର୍ମଚାରୀ ଆଦିତ୍ୟ ନାରାୟଣ ରଥ,ସୁନିଲ ମୁଦୁଲି, ଇ.ରାମା ରାଓ, ରାକେଶ ପ୍ରସାଦ ନାୟକ ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ।


