ତୃତୀୟ ଲିଙ୍ଗଙ୍କ ସହାୟତା ନିମନ୍ତେ ଆଇନ ସଚେତନତା କାର୍ଯକ୍ରମ
ମାଲକାନଗିରି,(ଡଃ ଶିବ ନାରାୟଣ ପାତ୍ର):ଜିଲ୍ଲା ତଥା ଡରା ଜର୍ଜ ଡ଼କ୍ଟର ପ୍ରସନ୍ନ କୁମାର ପଣ୍ଡାଙ୍କ ସହାୟତାରେ ସ୍ଥାନୀୟ ଆଇଟିଡିଏ ସମ୍ମିଳନୀ କକ୍ଷରେ ଜିଲ୍ଲା ଆଇନସେବା ପ୍ରାଧିକରଣ ଦ୍ଵାରା ତୃତୀୟ ଲିଙ୍ଗଙ୍କ ଅଧିକାର ଉପରେ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟ କ୍ରମରେ ସ୍ଥାନୀୟ ଲୋକ ଅଦାଲତ ତଥା ଆଇନସେବା ପ୍ରାଧିକରଣର ବିଚାରପତି ସୁଶ୍ରୀ ସଂଗୀତା ପାତ୍ର ଅଧ୍ୟକ୍ଷତା କରିଥିଲେ। କାର୍ଯ୍ୟକ୍ରମରେ ଆଇନ୍ ସେବା ପ୍ରାଧିକରଣର ପ୍ରମୁଖ ଆଇନ୍ ସେବା ପ୍ରତିରକ୍ଷା ଓକିଲ ଶ୍ରୀ ଅଶୋକ କୁମାର ପଟ୍ଟନାୟକ, ଉପମୁଖ୍ୟ ଆଇନ୍ ସେବା ପ୍ରତିରକ୍ଷା ଓକିଲ ଶ୍ରୀ ରାଜେଶ ପଟ୍ଟନାୟକ, ସହାୟକ ପ୍ରତିରକ୍ଷା ଓକିଲ ସାଗର ପାଣିଗ୍ରାହୀ ଓ ସଂଯୁକ୍ତା ଦତ୍ତ ପ୍ରମୁଖ ଉକ୍ତ କାର୍ଯ୍ୟରେ ଯୋଗ ଦେଇଥିଲେ। ବିଚାରପତି ସୁଶ୍ରୀ ସଙ୍ଗୀତ ପାତ୍ର ଓ ପ୍ରତିରକ୍ଷା ଗଣ ତୃତୀୟ ଲିଙ୍ଗଙ୍କ ଅଧିକାର ସମ୍ପର୍କରେ ବୁଝାଇବା ସହ ଆଇନ୍ ସେବା ପ୍ରାଧିକରଣ ବିଷୟରେ ଓ ଅନ୍ୟାନ ଆଇନ୍ ସେବା ବିଷୟରେ ସବିସ୍ତୃତ ଆଲୋଚନା କରିଥିଲେ। ଉପସ୍ଥିତ ବ୍ୟକ୍ତି ବିଶେଷ ତଥା ତୃତୀୟ ଲିଙ୍ଗଙ୍କୁ ସେମାନଙ୍କ ଆଇନ୍ ବିଷୟରେ ସଚେତନତା କରାଇଥିଲେ ।