ତୃତୀୟ ଶ୍ରେଣୀ ବୃତ୍ତି ପରୀକ୍ଷା ଅନୁଷ୍ଠିତ
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ଗୋଷ୍ଠୀ ଶିକ୍ଷା ବିଭାଗ ପକ୍ଷରୁ ଚଳିତବର୍ଷ ୫ଗୋଟି କେନ୍ଦ୍ରରେ ତୃତୀୟ ଶ୍ରେଣୀ ବୃତ୍ତି ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି । ବ୍ଲକର ଗିରିଧାରୀ ପଣ୍ଡା ଉଚ୍ଚ ବିଦ୍ୟାପୀଠ ଠାରେ ୫୭, ବିଶୋଳ-କୁଲଣା ମୈତ୍ରୀ ସରକାରୀ ଉଚ୍ଚ ବିଦ୍ୟାପୀଠ ଠାରେ ୫୯, ଭଣ୍ଡାରିପୋଖରୀ ଉଚ୍ଚ ବିଦ୍ୟାଳୟ ଠାରେ ୪୩, ସରସଦା ଉଚ୍ଚ ବିଦ୍ୟାଳୟ ଠାରେ ୬୧ ଓ ବାରିକପୁର ଉଚ୍ଚ ବିଦ୍ୟାଳୟ ଠାରେ ୪୯ଜଣ ବିଦ୍ୟାର୍ଥୀ ପରୀକ୍ଷା ଦେଇଥିଲେ । ପ୍ରଧାନଶିକ୍ଷକ ପବିତ୍ର ମୋହନ ବାରିକ, ବିଶ୍ୱଜିତ ଗିରି, ରମାକାନ୍ତ ଲେଙ୍କା, ଗଦାଧର ଜେନା, ଓ ସୁଜାତା ମଳିକ ପରୀକ୍ଷା ପରିଚାଳନା କରିଥିବାବେଳେ ପର୍ଯ୍ୟବେକ୍ଷକ ଭାବେ ଶିକ୍ଷା ସଂଯୋଜକ ପୁଷ୍ପକ ଚନ୍ଦ୍ର ଭାରତୀ, ରଞ୍ଜନ ମହାନ୍ତି, ଝୁନାରାଣୀ ସ୍ୱାଇଁ, କୈଳାସ ଚନ୍ଦ୍ର ସାମଲ, ଉମାକାନ୍ତ ସାହୁ ନିଯୁକ୍ତ ହୋଇଥିଲେ । ବ୍ଲକ ଶିକ୍ଷାଧିକାରୀ ଦୀପକ କୁମାର ପାଢୀ, ଏବିଇଓ ପୁରୁଷୋତ୍ତମ ଧଳ, ଅକ୍ଷୟ କୁମାର ଜେନା ପରୀକ୍ଷାକେନ୍ଦ୍ର ପରିଚାଳନା କରିଥିଲେ ।