ତୃତୀୟ ସାମୁଖ୍ୟ ପାଇଁ ଅଙ୍କ ଛିଣ୍ଡୁନି
(ଯୁଗାବ୍ଦନ୍ୟୁଜ)-ଦିପ୍ତିମୟୀ- ଆସନ୍ତା ୧୯ ତାରିଖରେ ସରିବ ସାଧାରଣ ମତଦାନ । ଏହା ପୂର୍ବରୁ ଜାତୀୟ ରାଜନୀତିରେ ଦେଖାଦେଲାଣୀ ଉଷ୍ମତା । କିଏ ଦିଲ୍ଲୀର ଶାସନ ଭାର ନେବ ତାହାକୁ ନେଇ ରାଜନୈତିକ ମହଲରେ ଆରମ୍ଭ ହୋଇଗଲାଣୀ କଳ୍ପନା ଜଳ୍ପନା । ୨୩ ତାରିଖରେ ଘୋଷଣା କରାଯିବ ନିର୍ବାଚନ ଫଳାଫଳ । ଯଦି ଏହି ନିର୍ବାଚନରେ ଏନଡିଏ କୁ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ନମିଳେ ତାହା ହେଲେ କଂଗ୍ରେସ ଗଠନ କରିଥିବା ୟୁପିଏ ଯଦି କିଛି ଚମକ୍ରାର କରିନପାରେ ତାହା ହେଲେ ଆଞ୍ଚଳିକ ଦଳ ମାନଙ୍କ ଦ୍ୱାରା ଗଠନ କରାଯାଇଥିବା ତୃତୀୟ ସାମୁଖ୍ୟ କଂଗ୍ରେସକୁ ସମର୍ଥନ ଦେବାରେ ପଛଘୁଞ୍ଚା ଦେବ ନାହିଁ । ଏହାକୁ ଆଖି ଆଗରେ ରଖି ତୃତୀୟ ମୋର୍ଚ୍ଚା ଏହାର ପ୍ରୟାସ ଆରମ୍ଭ କରିଦେଲାଣୀ । ତେଲେଙ୍ଗେନା ରାଷ୍ଟ୍ରିୟ ସମିତି କହିଛି ତୃତୀୟ ମୋର୍ଚ୍ଚାରେ ସାମିଲ ହେବାରେ ଆମର କିଛି ଆପତ୍ତିନାହିଁ । ତେଲେଙ୍ଗେନା ମୁଖ୍ୟମନ୍ତ୍ରୀ କେ,ଚନ୍ଦ୍ରଶେଖର ରାଓ ସ୍ପଷ୍ଟ ଭାବେ କହିଛନ୍ତି ଯେ, କଂଗ୍ରେସ ଅଧକ୍ଷ ରାହୁଲ ଗାନ୍ଧୀଙ୍କୁ ମୁଖ୍ୟଆସନ ଦିଆଯିବ ନାହିଁ ବୋଲି କହିଛନ୍ତି । ଯଦି ଆମେ ନଜର ପକାଇବା କିଛି ଦିନ ହେବ ରାଓ ଅଣ ବିଜେପି ଓ ଅଣ କଂଗ୍ରେସ ଠାରୁ ସମଦୁରତା ରକ୍ଷା କରି କିଛି ଆଞ୍ଚଳିକ ଦଳ ମାନଙ୍କୁ ନେଇ ଏହି ପ୍ରୟାସ ଆରମ୍ଭ କରିଥିବା ଚର୍ଚ୍ଚା ଜୋର ଧରିଛି । ପୂର୍ବରୁ ସେ ସ୍ପଷ୍ଟ ଭାବେ ସୂଚନା ଦେଇସାରିଛନ୍ତି ଯେ, ମେଣ୍ଟରୁ କିମ୍ଭା ଆଞ୍ଚଳିକ ଦଳମାନେ ଏହାର ମୁଖ୍ୟ ଭାଗରେ ରହିବେ । ଏବଂ ସରକାର ଗଠନ ପାଇଁ ଯଦି କିଛି ଆସନ କମ ପଡିଯାଏ ତେବେ ଆମେ କଂଗ୍ରେସକୁ ବାହାରୁ ସମର୍ଥନ ଦେବା କଥା ଚିନ୍ତା କରିବୁ ।ଟିଆରଏସ ପକ୍ଷରୁ କୁହାଯାଇଛି ଆମେ ଆଞ୍ଚଳିକ ଦଳର ନେତୃବୃନ୍ଦ ହିଁ ପ୍ରଧାନମନ୍ତ୍ରୀ ପଦରେ ବସିବେ । ସମସ୍ତ ନେତୃବୃନ୍ଦଙ୍କ ସହ ଆଲୋଚନା କରି ଜଣେ ବରିଷ୍ଠ ନେତାଙ୍କୁ ଏହି ପଦ ପାଇଁ ବଛାଯିବ । ଆମେ କଂଗ୍ରେସ ସହ ଆଲୋଚନା କରିବା ପାଇଁ ପ୍ରସ୍ତୁତ । ତେବେ ସେ ବିଜେପି ଉପରେ ମତାମତ ରଖି କହିଛନ୍ତି କୈାଣସି ମତେ ଆମେ ବିଜେପିର ହାତ ଧରିବାର ନାହିଁ । ନା ସମର୍ଥନ କରିବୁ ନା ସମର୍ଥନ ଦେବୁ । ତୃତୀୟ ସାମୁଖ୍ୟ ଗଠନ କରିବା ପାଇଁ କେସିଆର ଙ୍କ ସହ ବହୁ ଆଞ୍ଚଳିକ ଦଳ ସହମତି ପ୍ରକାଶ କରିସାରିଥିବା କହିଛନ୍ତି ଦଳର ମୁଖପାତ୍ର ଆବିଦ୍ ରସୁଲ୍ ଖାନ୍ ।