ତୃପ୍ତିମୟୀ ପଣ୍ଡା ହତ୍ୟା ମାମଲାରେ ଅଭିଯୁକ୍ତଙ୍କୁ ଗିରଫ , ବାରୁଆ ପୁଲିସକୁ ହସ୍ତାନ୍ତର କଲା ଛତପୁର ପୋଲିସ

ଛତ୍ରପୁର (ଯୁଗାବ୍ଦ ନ୍ୟୁଜ୍) : ୨୦୧୬ ଖଲିକୋଟ କଲେଜ ଛାତ୍ରୀ ତୃପ୍ତିମୟୀ ପଣ୍ଡା ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗିରଫ । ମୁଖ୍ୟ ଅଭିଯୁକ୍ତ ଛତ୍ରପୁରର ଚିଙ୍କାରା ବେହେରାଙ୍କୁ ଗତକାଲି ରାତିରେ ଛତ୍ରପୁର ପୁଲିସ ଗିରଫ କରି ଆନ୍ଧ୍ରପ୍ରଦେଶର ବାରୁଆ ଥାନା ପୁଲିସକୁ ହସ୍ତାନ୍ତର କରିଛି । ଦୀର୍ଘ ଦିନ ହେଲା ଆନ୍ଧ୍ରପ୍ରଦେଶର ବାରୁଆ ପୁଲିସ ଚିଙ୍କାରାକୁ ଖୋଜୁଥିଲା । ତୃପ୍ତିମୟୀ ଖଲିକୋଟ କଲେଜରେ ଏମସିଏ ପ୍ରଥମ ବର୍ଷ ଛାତ୍ରୀ ଥିଲେ । ୨୦୧୬ ଅଗଷ୍ଟ ୨୫ତାରିଖରୁ ତୃପ୍ତିମୟୀ ହଷ୍ଟେଲରୁ ନିଖୋଜ ହେବାପରେ ପରିବାର ଲୋକେ ବୈଦ୍ୟନାଥପୁର ଅଭିଯୋଗ କରିଥିଲେ । ୨୦୧୬ ଅଗଷ୍ଟ ୨୬ରେ ଆନ୍ଧ୍ରପ୍ରଦେଶର ବାରୁଆ ପୁଲିସକୁ ଦେଶୀ ରାମଚନ୍ଦ୍ରପୁର ଗାଁ ପାଖ ରାସ୍ତାରୁ ଯୁବତୀଙ୍କ ରକ୍ତାକ୍ତ ମୃତଦେହ ମିଳିଥିଲା । ଏନେଇ ବ୍ରହ୍ମପୁର ପୁଲିସ ସହ ମଧ୍ୟ ଯୋଗାଯୋଗ କରିଥିଲା । ମୃତଦେହ ମଧ୍ୟ ପରିବାର ଲୋକେ ଚିହ୍ନଟ କରିଥିଲେ । ତାଙ୍କୁ ଛୁରାରେ ବାରମ୍ବାର ଭୁଷିବା ସହ ମୁହଁକୁ ପଥରରେ ଛେଚା ଯାଇ ହତ୍ୟା କରାଯାଇଥିବା ବ୍ୟବଚ୍ଛେଦ ପରେ ଜଣାପଡିଥିଲ।। ତଦନ୍ତ ବେଳେ ଚିଙ୍କାରା ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ବୋଲି ଜାଣିବାକୁ ପାଇଥିଲେ ବାରୁଆ ପୁଲିସ । ଏବେ ତାଙ୍କୁ ଗିରଫ କରାଯାଥିବା ବେଳେ ତୃପ୍ତିମୟୀ ହତ୍ୟାକାଣ୍ଡର ରହସ୍ୟ ଖୋଲିବ ବୋଲି ପୁଲିସ କହିଛି ।ଦୀର୍ଘ ତିନି ବର୍ଷ ଧରି ଆନ୍ଧ୍ରପ୍ରଦେଶର ପୁଲିସକୁ ଲୁଚକାଳି ଖେଳାଉଥିବା ଛତ୍ରପୁର ଚିଙ୍କାରା ବେହେରା ଗଂଜାମ ପୁଲିସ ଜିଲ୍ଲାର ଛତ୍ରପୁର ପୁଲିସ ନାଟକୀୟ ଢଙ୍ଗରେ ଗତକାଲି ଗିରଫ କରିଥିଲା । କୈାଣସି ପ୍ରକାରେ ଛତ୍ରପୁର ଥାନା ଅଧିକାରୀ ପ୍ରିୟସ୍ ରଂଜନ ଛୋଟରାୟ ଖବର ପାଇଲେ ଯେ ଚିଙ୍କାରା ଛତ୍ରପୁର ଆସି ଉଜ୍ୱେଳେଶ୍ୱରୀ ମନ୍ଦିର ପ୍ରାଙ୍ଗଣରେ ତାଙ୍କ ସାଙ୍ଗ ସାଥୀଙ୍କ ସହ ବସିି ମିଟିଂ କରୁଛନ୍ତି । ଛତ୍ରପୁର ଥାନା ଅଧିକାରୀଙ୍କ ନେତୃତ୍ୱ ଥାନାର ପୁଲିସ କର୍ମଚାରୀ ମାନେ ସାଧା ପୋଷାକ ପିନ୍ଧି ଥାନାରୁ ଏକ ଯାତ୍ରୀ ବୋଝେଇ ଅଟୋ ଏବଂ ଟ୍ରକ ମାଧ୍ୟମରେ ମନ୍ଦିର ନିକଟରେ ପହଞ୍ଚି ସେଠାରେ ଚଢଉ କରି ଚିଙ୍କାରାଙ୍କୁ ଧରିବାରେ ସଫଳ ହୋଇଥିଲେ । ଏହାପରେ ତାଙ୍କୁ ଗିରଫ କରି ଥାନା ରେ ଅଟକ ରଖିଥିଲେ । ଛତ୍ରପୁର ପୁଲିସ ସୂଚନା ପାଇ ବାରୁଆ ପୁଲିସ ଗତକାଲି ବିଳମ୍ବିତ ରାତ୍ରରେ ଛତ୍ରପୁର ପହଞ୍ଚି ଚିଙ୍କାରା ବେହେରାଙ୍କୁ ଧରି ପଳାଇଯାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ