ତେଇଶ ତମ ରଜତ ଜୟନ୍ତୀ ପାଳିତ

ଖୋର୍ଦ୍ଧା , (ଯୁଗାବ୍ଦ ନ୍ୟୁଜ) : ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ଅନ୍ତର୍ଗତ ସାନପଦର ଗ୍ରାମ ପଞ୍ଚାୟତର କୂଷ୍ଠ ଶରଣପୁର ମୋଜାରେ ଥିବା ସାନପଦର ସାରସ୍ରତ ସଂଘ ପକ୍ଷରୁ ଦୁଇଦିନ ଧରି ତେଇଶ ତମ ରଜତ ଜୟନ୍ତୀ ( ରୌପ୍ୟ ଜୟନ୍ତୀ) ପାଳିତ ହୋଇଥିଲା । ଏଥିରେ ସ୍ଥାନୀୟ ଅଞ୍ଚଳର ବହୁ ଭକ୍ତ ଯୋଗଦେଇ ଉତ୍ସବଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ ।

ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ନୀଳାଚଳ ସାସ୍କୋତ ସଂଘ ର ସମ୍ଫାଦକ ରବିନ୍ଦ୍ରନାଥ ପରିଡା ଯୋଗ ଦେଇ ସଭ୍ୟ ପରିଚାଳନା କରିଥିଲେ। ଉକ୍ତ ଉତ୍ସବରେ ଆଞ୍ଚଳିକ ସଂଘର ସମସ୍ତ ଶାଖା ସଭ୍ୟ ଏବଂ କେଦ୍ଦ ଅଧିନସ୍ଥ ଅନ୍ୟାନ ଶାଖା ସଂଘର ଭକ୍ତ ମାନେ ଯୋଗ ଦେଇଥିଲେ। ଅତି ଆନନ୍ଦ ଉଲ୍ଲାସର ସହିତ ଓ ଶାନ୍ତି ଶୁଙ୍ଖଳା ଭାବରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ସଂଘ ର ସଭାପତି ଶ୍ରୀଯୁକ୍ତ ବୌକୁଣ୍ଠ ଚରଣ ନାୟକ ଓ ସଂପାଦକ ଅଶୋକ କୁମାର ନାୟକ ଏବଂ ସମସ୍ତ ଭାଇ ଓ ମା ମାନେ ଉପସ୍ଥିତ ଥିଲେ। ଠାକୁର ନିଗମାନଦ ସରସ୍ୱତୀ ଦେବଙ୍କ ଜୀବନୀ ବିଷୟରେ ଆଲୋଚନା କରାଯାଇଥିଲା। ଏଠାରେ ଭକ୍ତ ମାନଙ୍କ ମଧ୍ୟରେ ବିଶ୍ୱାସ ରହିଛି। ଶ୍ରୀ ଠାକୁର ସଂଘ ରେ ଠାକୁର ଶ୍ରୀ ଯୟ ଗୁରୁ ନିଜେ ବିରାଜମାନ କରିଛନ୍ତି। ସର୍ବ ଶେଷରେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ