ତେଜରାତି ଦୋକାନରେ ଅଗ୍ନିକାଣ୍ଡ
ନିମାପଡା, (ସନ୍ତୋଷଦାଶ) :-ଗତକାଲି ବିଳମ୍ବିତ ରାତିରେ ପୁରୀ ଜିଲ୍ଲା କାକଟପୁର ର ଚନ୍ଦନବଜାର ସ୍ଥିତ ଶ୍ରୀରାମ ଭଣ୍ଡାର ନାମକ ତେଜରାତି ଦୋକାନ ରେ ନିଆଁ ଲାଗି ଏହା ସମ୍ପୂର୍ଣ୍ଣ ଭସ୍ମୀଭୂତ ହୋଇଯାଇଛି । ସ୍ଥାନୀୟ ଜଣେ ଦୋକାନୀ ରାତି ଦୁଇ ଘଟିକା ସମୟରେ ବାହାରକୁ ଆସିଥିବା ସମୟରେ ଦୋକାନ ଜଳୁଥିବା ଦେଖି ଦୋକାନ ଘରର ମାଲିକଙ୍କୁ ଡାକିଥିଲେ ଏବଂ ସଙ୍ଗେ ସଙ୍ଗେ ଦମକଳ ବାହିନୀ ଙ୍କୁ ଫୋନ କରିଥିଲେ । ଅସ୍ତରଙ୍ଗ ଦମକଳ କେନ୍ଦ୍ର ରୁ ଦମକଳ ବାହିନୀ ପଂହଚି ନିଆଁ କୁ ଆୟତ କରିଥିଲେ। ବିଦ୍ୟୁତ ସର୍ଟ ସର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟିଥିବା ଦୋକାନୀ ଅନୁରୋଧ ପରିଡ଼ା ପ୍ରକାଶ କରିବା ସହିତ ଅଗ୍ନି କାଣ୍ଡ ରେ ପ୍ରାୟ ୨ ଲକ୍ଷ ଟଙ୍କା ର ସାମଗ୍ରୀ ଭସ୍ମୀଭୂତ ହୋଇଯାଇ ଥିବା ସୁଚନା ଦେଇଛନ୍ତି ।


