ତେଜସ୍ମୀତା ମିସେସ୍ ଇଣ୍ଡିଆ ଦ୍ୱିତୀୟ ରନର୍ସଅପ୍‌

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ସର୍ବଭାରତୀୟସ୍ତରରେ ଆୟୋଜିତ ଗ୍ଲାମନ୍ ମିସେସ୍ ଇଣ୍ଡିଆ (ଜିରୋ ସାଇକ୍‌) ପ୍ରତିଯୋଗିତାରେ ଦ୍ୱିତୀୟ ରନର୍ସଅପ୍ ବିଜେତା ତେଜସ୍ମୀତା ମହାପାତ୍ର ଓଡ଼ିଶା ପାଇଁ ଗର୍ବ ଓ ଗୌରବ ଆଣି ଦେଇଛନ୍ତି । ଏହି ପ୍ରତିଯୋଗିତା ପାଇଁ ଜାନୁୟାରୀ ମାସରେ ଭୁବନେଶ୍ୱରଠାରେ ଅନୁଷ୍ଠିତ ଉତ୍ସବରେ ଅନ୍ୟାନ୍ୟ ପ୍ରତିଯୋଗୀଙ୍କୁ ପଛରେ ପକାଇ ମିସେସ୍ ମହାପାତ୍ର ଯୋଗ୍ୟତା ପର୍ଯ୍ୟାୟକୁ ଉତ୍ତୀର୍ଣ୍ଣ ହୋଇଥିଲେ । ଚଳିତ ମାସରେ ଗୋଆଠାରେ ଆୟୋଜିତ ଜାତୀୟସ୍ତର ପ୍ରତିଯୋଗିତାରେ ସମୁଦାୟ ୬୦ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । ପ୍ରି.ଜଜିଂ, ଯୋଗ୍ୟତା, ଜାତୀୟ ପୋଷାକ, ପ୍ରଶ୍ନୋତ୍ତର ଇତ୍ୟାଦି ପର୍ଯ୍ୟାୟରେ ପ୍ରତିଯୋଗୀମାନଙ୍କ ମଧ୍ୟରେ କଡ଼ା ମୁକାବିଲା ହୋଇଥିଲା । ଏଥିରେ ଭଲ ପ୍ରଦର୍ଶନ ପୂର୍ବକ ମିସେସ୍ ମହାପାତ୍ର ଫାଇନାଲ ପର୍ଯ୍ୟାୟକୁ ମନୋନୀତ ହୋଇଥିଲେ । ଫାଇନାଲରେ ଚମତ୍କାର ପ୍ରଦର୍ଶନ ସହ ମିସେସ୍ ମହାପାତ୍ର ଦ୍ୱିତୀୟ ରନର୍ସଅପ୍ ଟାଇଟଲ ଅର୍ଜନ କରିବାରେ ସଫଳ ହୋଇଥିଲେ । ଏଠାରେ ପ୍ରକାଶଥାଉକି, ମିସେସ୍ ମହାପାତ୍ର କଟକସ୍ଥିତ ଡ଼ଗରପଡ଼ା ନିବାସୀ ବରିଷ୍ଠ ଆଇନଜୀବୀ ଗୋକୁଳାନନ୍ଦ ମହାପାତ୍ର ଓ ଅନ୍ନପୂର୍ଣ୍ଣା ମହାପାତ୍ରଙ୍କ କନିଷ୍ଠା କନ୍ୟା । ପରବର୍ତ୍ତୀ ସମୟରେ ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବା ପାଇଁ ତେଜସ୍ମୀତା ନିଜକୁ ପ୍ରସ୍ତୁତ କରୁଥିବା ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ