ତେନ୍ତୁଳିଗୁଆଁ ଠାରେ ନୂତନ ଶିବ ମନ୍ଦିର ପ୍ରତିଷ୍ଠା
ନିମାପଡା, (ସନ୍ତୋଷ ଦାଶ) :-ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ବାହାରଣା ପଞ୍ଚାୟତ ର ତେନ୍ତୁଳିଗୁଆଁ ଠାରେ ସର୍ବେଶ୍ଵର ମହାଦେବଙ୍କ ନାମରେ ଏକ ନୂତନ ଶିବ ମନ୍ଦିର ପ୍ରତିଷ୍ଠା ହୋଇଛି । ଏହି ପ୍ରତିଷ୍ଠା ଉତ୍ସବରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ତଥା ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଯୋଗ ଦେଇ ମନ୍ଦିର କୁ ଉଦଘାଟନ କରିଥିଲେ । ଗ୍ରାମ ର ବଦାନ୍ୟ ବ୍ୟକ୍ତି ଜଟାଧାରୀ ତ୍ରିପାଠୀ ଙ୍କ ଅନୁଦାନ ଏବଂ ଗ୍ରାମବାସୀ ଙ୍କ ପୂର୍ଣ୍ଣ ସହଯୋଗରେ ମନ୍ଦିରଟି ନିର୍ମାଣ କରାଯାଇଛି । ମୁଖ୍ୟ ପୂଜକ ରତ୍ନାକର ମିଶ୍ର ଯଥାରୀତି ନୀତି ଅନୁଯାୟୀ ପୂଜା କାର୍ଯ୍ୟ ସମାପନ କରିଥିଲେ ।ମନ୍ଦିର ପ୍ରତିଷ୍ଠା ଉତ୍ସବରେ ମୁଖ୍ୟ କର୍ତ୍ତା ଭାବେ ଜଟାଧାରୀ ତ୍ରିପାଠୀ ଏବଂ ସ୍ନେହମୟୀ ତ୍ରିପାଠୀ ପୂଜାରେ ବସିଥିଲେ । ଯଜ୍ଞ ରେ ପୂର୍ଣ୍ଣାହୁତି ପରେ ଚଳନ୍ତି ପ୍ରତିମାକୁ ଏକ ସୁସଜ୍ଜିତ ବିମାନରେ ବସାଯାଇ ଗ୍ରାମ ପରିକ୍ରମା ପରେ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରାଯାଇଥିଲା ।କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଂଚ ଅମିତା ସ୍ବାଇଁ, ସମିତି ସଭ୍ୟ ସନ୍ତୋଷ ମେକାପ, ସର୍ବେଶ୍ଵର ରଥ, ଗଗନ ଚନ୍ଦ୍ର ସାହୁ ନରେନ୍ଦ୍ର ତ୍ରିପାଠୀ , ହୃଦାନନ୍ଦ ତ୍ରିପାଠୀ, କାଳନ୍ଦୀ ଚରଣ ତ୍ରିପାଠୀ , ଅନାଦି ଚରଣ ତ୍ରିପାଠୀ , ଧର୍ମାନନ୍ଦ ତ୍ରିପାଠୀ , ରବୀନ୍ଦ୍ର କୁମାର ତ୍ରିପାଠୀ, ଗଙ୍ଗାଧର ତ୍ରିପାଠୀ, ବନବିହାରୀ ମହାପାତ୍ର , ପ୍ରଭାତ ଦାସ , ନିରଞ୍ଜନ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।


