ତେନ୍ତୁଳିମୁଣ୍ଡିରେ ବିଜେଡ଼ିର ମିଶ୍ରଣପର୍ବ
ବାଲେଶ୍ୱର, (ସରୋଜ ପଣ୍ଡା):ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ବିଭିନ୍ନ ଦଳ ପକ୍ଷରୁ ସେତିକି ପରିମାଣର ମିଶ୍ରଣ ପର୍ବ ମଧ୍ୟ ଚାଲିଛି । ଏହି ପରିପ୍ରେକ୍ଷୀରେ ଆଜି ସଦର ନିର୍ବାଚନମଣ୍ଡଳିର ଓଲନ୍ଦା ସାରଗାଁ ପଂଚାୟତର ତେନ୍ତୁଳିମୁଣ୍ଡି ଗ୍ରାମରେ ବିଜୁ ଜନତା ଦଳ ପକ୍ଷରୁ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଧାୟକ ସ୍ୱରୂପ କୁମାର ଦାସ ଯୋଗ ଦେଇ ଅନ୍ୟ ଦଳରୁ ଆସିଥିବା ଦଳୀୟ କର୍ମୀମାନଙ୍କୁ ଫୁଲତୋଡ଼ା ଓ ଶଙ୍ଖ ଚିହ୍ନ ଥିବା ଉତରୀୟ ଦେଇ ସ୍ୱାଗତ କରିଥିଲେ । ବିଧାୟକ କହିଥିଲେ କି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଲ୍ୟାଣମୂଳକ ଯୋଜନାଗୁଡ଼ିକୁ ଗ୍ରାମାଂଚଳରେ କାର୍ଯ୍ୟକାରୀ କରିବା ଦିଗରେ ନୂତନ କର୍ମୀମାନେ ସହଯୋଗ କରିବା ଆବଶ୍ୟକ । ଗ୍ରାମାଂଚଳର ବିକାଶ ହେଲେ ରାଜ୍ୟର ତଥା ଦେଶର ବିକାଶ ହୋଇପାରିବ ଆଗାମୀ ଦିନରେ ନବୀନ ପଟ୍ଟନାୟକଙ୍କୁ ଷଷ୍ଠଥର ମୁଖ୍ୟମନ୍ତ୍ରୀ କରିବା ପାଇଁ ବିଜେଡ଼ିର ସଦର ନିର୍ବାଚନମଣ୍ଡଳି ପ୍ରାର୍ଥୀଙ୍କୁ ଜିତାଇବା ଲାଗି ସେ ଅନୁରୋଧ କରିଥିଲେ । କାର୍ଯ୍ୟକ୍ରମରେ ବ୍ଲକ୍ ସଭାପତି ବସନ୍ତ କୁମାର ପଣ୍ଡା, ପଂଚାୟତ ସଭାପତି ପହଲା ଭୋଇ, ରାଜିବ ପରିଡ଼ା, ଦିଲ୍ଲୀପ ପ୍ରଧାନ, ନିରୋଜ ସାହୁ, ରମେଶ ପରିଡ଼ା, ପର୍ଶୁରାମ ପରିଡ଼ା, ବିଶ୍ୱକର୍ମା ପରିଡ଼ା, ହରିଶଂକର ମହାନ୍ତି, ଅଜିତ ପରିଡ଼ା, ନାରାୟଣ ପରିଡ଼ା, ଯତିନ୍ ପରିଡ଼ାଙ୍କ ସମେତ କର୍ମକର୍ତା ଯୋଗ ଦେଇଥିଲେ ।