ତେନ୍ତୁଳିର ଉପଯୋଗିତା ସମ୍ପର୍କରେ ଜାଣନ୍ତୁ

ଦକ୍ଷିଣ ଭାରତୀୟ ବ୍ୟଞ୍ଜନରେ ତେନ୍ତୁଳିର ସ୍ୱାଦ ମିଳେ । ସେଠା ବ୍ୟଞ୍ଜନର ବିଶେଷତ୍ୱ ହେଉଛି ତେନ୍ତୁଳି ରସ । ଖାଦ୍ୟ ବିଶେଷଜ୍ଞଙ୍କ ମତରେ ଖଟା ସ୍ୱାଦର ତେନ୍ତୁଳି ପୋଷକତତ୍ତ୍ୱରେ ଭରପୁର ହୋଇଥିବା ବେଳେ ଶରୀର ଉପରେ ଉତ୍ତମ ପ୍ରଭାବ ପକାଇଥାଏ ।
-ରୋଗ ପ୍ରତିରୋଧକ କ୍ଷମତା ବଢ଼ାଇବା ସହ ସଂକ୍ରମଣ ଜନିତ ରୋଗ କମ୍‍ କରାଇବାରେ ତେନ୍ତୁଳି ଖୁବ୍‍ ଉପଯୋଗୀ ।
-ତେନ୍ତୁଳିରେ ଥିବା ହାଇଡ୍ରୋସିଟ୍ରିକ ଅମ୍ଲ ଶରୀରର ଫ୍ୟାଟ କମ୍‍ କରିବାରେ ସହାୟକ ହୋଇଥାଏ । ଅଧିକ ଭୋକ ଲାଗୁଥିଲେ, ନିୟମିତ ତେନ୍ତୁଳିର ଉପଯୋଗ ବ୍ୟଞ୍ଜନରେ କରିବା ଉଚିତ ।
-ମଧୁମେହ ରୋଗୀଙ୍କ ରକ୍ତ ଶର୍କରା କମ୍‍ କରାଇବାରେ ତେନ୍ତୁଳି ହିତକାରୀ । ପ୍ରତିଦିନ ଅଧଚାମଚ ତେନ୍ତୁଳି ରସକୁ ୧ କପ ପାଣିରେ ମିଶାଇ ମଧୁମେହ ରୋଗୀଙ୍କ ନିମନ୍ତେ ଉତ୍ତମ ।
-ଯକୃତ ସମ୍ବନ୍ଧୀୟ ରୋଗରୁ ରକ୍ଷା ପାଇବାକୁ ଚାହୁଁଥିଲେ ତେନ୍ତୁଳି ଖଟା ଖାଇବା ଉଚିତ । ବିଶେଷଜ୍ଞଙ୍କ ପରାମର୍ଶରେ ଅଧିକ ପରିମାଣରେ ତେନ୍ତୁଳି ଖାଇବା ସ୍ୱାସ୍ଥ୍ୟ ପାଇଁ ବିପଦ ହେବାର ଭୟ ରହିଛି ।
-ରକ୍ତଚାପ କମ୍‍ କରିବାରେ ସହାୟକ ଏହି ତେନ୍ତୁଳି ରସ କୌଣସି ଏକ ବ୍ୟଞ୍ଜନରେ ବ୍ୟବହାର କରି ଖାଇପାରିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ