ତେନ୍ଦୁଲକର ଏବଂ ସୁନୀଲ ଗାଭାସ୍କରଙ୍କ ହଟିଲା ସୁରକ୍ଷା ବ୍ୟବସ୍ଥା
ମୁମ୍ବାଇ- ସଚିନ ତେନ୍ଦୁଲକର ଏବଂ ସୁନୀଲ ଗାଭାସ୍କରଙ୍କ ଏକ୍ସ କାଟାଗୋରୀ ସୁରକ୍ଷା ହଟାଇ ଦେଇଛନ୍ତି ମହାରାଷ୍ଟ୍ର ସରକାର । ତାସହ ୪୫ ଜଣ ନାମୀଦାମୀ ବ୍ୟକ୍ତିଙ୍କ ସୁରକ୍ଷା ପ୍ରତ୍ୟାହାର କରାଯାଇଥିବା ଜଣାପଡିଛି । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେଙ୍କ ପୁଅ ଆଦିତ୍ୟଙ୍କ ସୁରକ୍ଷା ୱାଇ ପ୍ଲସରୁ ବଢ଼ାଯାଇ ଜେଡ କାଟାଗୋରୀ କରାଯାଇଛି। ସେହିପରି ସମାଜସେବୀ ଆନ୍ନା ହଜାରେଙ୍କ ସୁରକ୍ଷା ବଢ଼ାଯାଇ ଜେଡ ସୁରକ୍ଷା ଅନ୍ତର୍ଭୁକ୍ତ କରିଛନ୍ତି ସରକାର। ମିଳିଥିବା ସୂଚନା ଅନୁସାରେ, ଏକ୍ସ କାଟାଗୋରିରେ ସଚିନଙ୍କ ସାଥୀରେ ସବୁବେଳେ ଜଣେ ପୁଲିସ କନଷ୍ଟେବଳ ସୁରକ୍ଷା ଦାୟିତ୍ଵରେ ରହୁଥିଲେ। ବର୍ତ୍ତମାନ ସୁରକ୍ଷା ହ୍ରାସ କରାଯାଇଥିଲେ ବି ସଚିନଙ୍କୁ ପୁଲିସ ଏସକର୍ଟ ମିଳିପାରେ।


