ତେଲୁଗୁ ସାହିତ୍ୟ ଓ ସାଂସ୍କୃତିକ ଚୈତନ୍ୟ ସଙ୍ଗଠନର ଆବାହକଙ୍କ ମୃତ୍ୟୁ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ତେଲୁଗୁ ସାହିତ୍ୟ ଓ ସାଂସ୍କୃତିକ ସଙ୍ଗଠନ ଚୈତନ୍ୟର ଆବାହକ ତଥା ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ବି.ଏସ.ରାଓ.ପଟ୍ଟନାୟକଙ୍କ ପରଲୋକ ଘଟିଛି । ଆଜି ସକାଳ ୭ଘଣ୍ଟା ସମୟରେ ପୋଡଶୀ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଠାରେ ଥିବା ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଛି । ସେ ଦୀର୍ଘ ୩ଦିନ ହେଲା ଅସୁସ୍ଥ ଥିଲେ । ତାଙ୍କ ମୃତ୍ୟୁ ଖବର ମିଳିବା ପରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି । ସେ ଜଣେ ମିଷ୍ଟଭାଷୀ ଏବଂ ପରୋପକାରୀ ବ୍ୟକ୍ତି ଭାବେ ପାରଳାଖେମୁଣ୍ଡି ସହରରେ ବେଶ ଜଣାସୁଣା ଥିଲେ । ତାଙ୍କ ବିୟୋଗରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ,ପାରଳା ବିଧାୟକ କେ.ନାରାୟଣ ରାଓ,ହାଇଟେକ୍ ଗ୍ରୁପର ଅଧ୍ୟକ୍ଷ ଡା.ତିରୁପତି ପାଣିଗ୍ରାହୀ,ବରିଷ୍ଠ ବିଜେପି ନେତା ଜମିଦାର ପଟ୍ଟନାୟକ ପ୍ରମୁଖଙ୍କ ସହ ପାରଳାଖେମୁଣ୍ଡିର ଜିଲ୍ଲାସ୍ତରୀୟ ସାମ୍ବାଦିକ ଯଥା,ଗରୁଡଧ୍ୱଜ ଚୌଧୁରୀ,ତାରିଣୀ ପ୍ରସାଦ ପଣ୍ଡା,ପ୍ରଦୀପ ନାୟକ,ଦେବାଶିଶ ପାଢୀ,ଦ୍ୱିଜେନ୍ଦ୍ରନାଥ ପାଢୀ,ଗଣେଶ ରାଜୁ,ରଶ୍ମିରଞ୍ଜନ ମିଶ୍ର,ଜଗଦୀଶ ପଣ୍ଡା,ରୁପେଶ ସାହୁ,ଆଦର୍ଶ ଦାସ,ବାସୁଦେବ ଦାସ,ଗୋବିନ୍ଦ ଆଚାର୍ଯ୍ୟ,ଶିଶିର କୁମାର ଗୌଡ,ସୁଜିତ ବିଶୋୟୀ,ସରୋଜ କୁମାର ପାଣିଗ୍ରାହୀ,କୃଷ୍ଣ କୁମାର ବେହେରା ପ୍ରମୁଖ ଶୋକ ପ୍ରକାଶ କରିବା ସହ ତାଙ୍କ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ