ତେଲୁଗୁ ସୁପରଷ୍ଟାର ପବନ କଲ୍ୟାଣ ଆନ୍ଧ୍ରର ଉପମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣକୁ ନେଇ ପାରଳାରେ ବିଜୟ ଉତ୍ସବ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଆନ୍ଧ୍ରର ଜନସେନା ପାର୍ଟିର ଅଧକ୍ଷ ତଥା ତେଲୁଗୁ ସୁପରଷ୍ଟାର ପବନ କଲ୍ୟାଣ ଉପମୁଖ୍ୟମନ୍ତ୍ରୀ ଭାବେ ଗତକାଲି ଦାୟିତ୍ୱ ଗ୍ରହଣ କରିଛନ୍ତି. ଏନେଇ ପାରଳାଖେମୁଣ୍ଡିରେ ରହୁଥିବା ତାଙ୍କ ଫ୍ୟାନ୍ସମାନଙ୍କ ତରଫରୁ ଆନନ୍ଦରେ ବିଜୟ ଉତ୍ସବ ପାଳନ ସହ କେକ କାଟି ଖୁସିର ଆସର ବନେଇ ଥିବା ସୂଚନା ମିଳିଛି. ଓଡ଼ିଶାରେ ବିଜେପି ଏବଂ ଆନ୍ଧ୍ର ପ୍ରଦେଶରେ ଏନଡିଏ ସରକାରର ବୁଧବାର ଶପଥ ଗ୍ରହଣ ଉତ୍ସବ ହୋଇଥିଲା I ଆନ୍ଧ୍ରରେ ଏନଡିଏ ସରକାର ତଥା ତେଲୁଗୁ ଦେଶମ୍ ପାର୍ଟି, ଜନସେନା ଓ ବିଜେପିର ମିଳିତ ସରକାର ଗଠନ ହୋଇଛି | ସେହିପରି ଓଡ଼ିଶାରେ ବିଜେପି ଶାସନ ଆରମ୍ଭ ହୋଇଛି I ପାରଳାଖେମୁଣ୍ଡି ସହର ବିଭାଷୀ ଅଞ୍ଚଳ ହୋଇଥିବାରୁ ଏଠାରେ ଜନସେନା ପାର୍ଟିର ଅଧ୍ଯକ୍ଷ ତଥା ତେଲୁଗୁ ଫିଲ୍ମ ସୁପରଷ୍ଟାର ପବନ କଲ୍ୟାଣଙ୍କ ବହୁ ପ୍ରଶଂସକ ରହିଛନ୍ତି | ତାଙ୍କ ପ୍ରଶଂସକ ବିଜୟ ଉତ୍ସବ ପାଳନ କରି ପାରଳା ନଗର ପରିକ୍ରମା କରିଥିଲେ | ଆତସବାଜି ଫୁଟାଇବା ସହ ଉଭୟ ରାଜ୍ୟରେ ନବନିର୍ବାଚିତ ସରକାରଙ୍କ ଜୟ ଜୟକାର କରିଥିବା ଦେଖ‌ିବାକୁ ମିଳିଥିଲା | ଏହି କାର୍ଯ୍ୟକ୍ରମରେ ଶ୍ୟାମ କୁମାର, ଏ ରାମୁ ଏ ଋଷିଙ୍କ ସମେତ ପବନକଲ୍ୟାଣଙ୍କ ବହୁ ପ୍ରଶଂସକ ସାମିଲ ହୋଇଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ