ତେଲେଙ୍ଗାନାରେ ଓଡିଆ ବିଏସଏଫ ଯବାନ ସହିଦ : ନିଜ ଗ୍ରାମରେ ହେଲା ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତଯ ସମ୍ପନ୍ନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ବିଏସ୍ଏଫରେ କାର୍ଯ୍ୟରତ ଯବାନ ଏମ୍. ରାମରାଜୁଙ୍କ ସିକନ୍ଦରାବାଦର ଟ୍ରେନିଙ୍ଗ କ୍ୟାମ୍ପ ରେ ଡ୍ୟୁଟିରେ ବାଇକ ଯୋଗେ ବାହାରକୁ ଯାଇଥିବା ସମୟରେ ବାଇକ ଦୁର୍ଘଟଣାରେ ମୃତ୍ୟୁ ଘଟିଛି ।  ଆଜି ତାଙ୍କ ମର ଶରୀର ନିଜ ଗାଁ  ଖରଷଣ୍ଡାରେ ପହଞ୍ଚିବା ପରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ଗୁରାଣ୍ଡି ଥାନା ଅନ୍ତର୍ଗତ ଖରଷଣ୍ଡା ଗ୍ରାମର ଏମ୍. ରାମରାଜୁ  ରାୟଗଡା ବିଏସ୍ଏଫ୍ କ୍ୟାମ୍ପରେ କାର୍ଯ୍ୟରତ ଥାଇ ଗତ ୨୦୧୭ ମସିହାରୁ ସିକନ୍ଦରାବାଦର ଏକ ଏକ ଗବେଷଣା କେନ୍ଦ୍ରରେ ଡେପୁଟେସନରେ ନିୟୋଜିତ ହୋଇଥିଲେ । ହେଲେ ୨୩ ତାରିଖ ସନ୍ଧ୍ୟାରେ ନିଜ ଡ୍ୟୁଟିରେ ଯାଉଥିବା ସମୟରେ ଏକ ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ବେଳେ ଦୁର୍ଘଟଣାର କାରଣ ବା ଦୁର୍ଘଟଣା ଘଟାଇଥିବା ଗାଡି ସମ୍ପର୍କରେ ଏପର୍ଯ୍ୟନ୍ତ ସୁଚନା ମିଳିନଥିବା ଜଣା ପଡ଼ିଛି  ତେଲେଙ୍ଗାନା ପୋଲିସ ଏନେଇ ତଦନ୍ତ ଜାରି ରଖିଛି । ତାଙ୍କ ମର ଶରୀର ଗାଁ ନିକଟରେ ପହଞ୍ଚିବା ପରେ ଏକ ବିରାଟ ଶୋଭାଯାତ୍ରାରେ ପରିକ୍ରମା କରି ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ଅନ୍ତିମ ସଂସ୍କାର କରାଯାଇଛି । ଦେଶର କୋଣ ଅନୁକୋଣରେ ବିଭିନ୍ନ ବିଭାଗରେ ଗାଁ ର ୬୦ ରୁ ଅଧିକ ଯୁବକ  ଯବାନ ଭାବରେ କାର୍ଯ୍ୟ କରୁଥିବା ବେଳେ ଏଭଳି ଦୁଃଖଦ ଘଟଣାକୁ ନେଇ ଗ୍ରାମରେ ଶୋକାକୁଳ ପରିବେଶ ସାଙ୍ଗକୁ କାନ୍ଦ ବୋବାଳିରେ ଫାଟି ପଡିଛି ଗାଁ । 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ