ତେଲେଙ୍ଗାନାରେ ୯ ଶହ କୋଟି ନିବେଶ କରିବ ୟୋଙ୍ଗୋନ୍‌

ହାଇଦ୍ରାବାଦ : କୋରିଆନ୍‌ କପଡା ନିର୍ମାଣକାରୀ କମ୍ପାନୀ ୟୋଙ୍ଗୋନ୍‌ ତେଲେଙ୍ଗାନାରେ ୯ ଶହ କୋଟି ନିବେଶ କରିବାକୁ ଯାଉଛି। ତେଲେଙ୍ଗାନା ସରକାରଙ୍କ ସହିତ ୟୋଙ୍ଗୋନ୍‌ କମ୍ପାନୀ ଏ ନେଇ ଏକ ରାଜିନାମା ସ୍ବାକ୍ଷର କରିଛି। ଓ୍ବାରାଙ୍ଗଲରେ ତେଲେଙ୍ଗାନା ସରକାରଙ୍କ ପକ୍ଷରୁ ନିର୍ମାଣ ହେବାକୁ ଥିବା କାକତ୍ତୀୟ ମେଗା ଟେକ୍ସଟାଇଲ୍‌ ପାର୍କ ପ୍ରକଳ୍ପରେ ଏହି ଅର୍ଥ ନିବେଶ କରାଯିବ ବୋଲି ଜଣାପଡିଛି। ବୁଧବାର ହୋଇଥିବା ରାଜିନାମା ଅନୁଯାୟୀ ୨୯୦ ଏକର ସ୍ଥାନରେ ଏହି ଟେକ୍ସଟାଇଲ ପାର୍କ ପ୍ରତିଷ୍ଠିତ ହେବ। କେଏମ୍‌ଟିପି ଦ୍ବାରା ୧୨ ହଜାର ନୂତନ ନିଯୁକ୍ତି ସୃଷ୍ଟି ହେବ ବୋଲି ସୂଚନା ଦିଆଯାଇଛି। ୟୋଙ୍ଗୋନ୍‌ ୧୩ଟି ଦେଶରେ ନିଜର କାରଖାନା ପ୍ରତିଷ୍ଠା କରିଥିବା ବେଳେ ୯୦ ହଜାର ଲୋକଙ୍କୁ ଆତ୍ମନିଯୁକ୍ତି ପ୍ରଦାନ କରିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ