ତେଲେଙ୍ଗାନା: ଅଂଶୁଘାତ ମୃତ୍ୟୁସଂଖ୍ୟା ୮୮କୁ ଛୁଇଁଲା

ହାଇଦ୍ରାବାଦ୍(ଏଜେନ୍ସି): ପ୍ରଚଣ୍ଡ ରୌଦ୍ରତାପ ସାଙ୍ଗକୁ ଦିନକୁ ଦିନ ତାପମାତ୍ରା ବୃଦ୍ଧି ଯୋଗୁ ଦେଶରେ ଅଂଶୁଘାତ ଜନିତ ମୃତ୍ୟୁସଂଖ୍ୟା ବଢିବାରେ ଲାଗିଛି । ଏଯାବତ୍ ତେଲେଙ୍ଗାନାରେ ଅଂଶୁଘାତ ମୃତ୍ୟୁସଂଖ୍ୟା ସର୍ବାଧିକ ୮୮ରେ ପହଞ୍ôଚଥିବାବେଳେ ଆନ୍ଧ୍ରପ୍ରଦେଶରେ ୬୭, କେରଳରେ ୧୫ ଏବଂ ମହାରାଷ୍ଟ୍ର ୭ଜଣଙ୍କ ମୃତ୍ୟୁ ହୋଇଛି । ସୂଚନାଯୋଗ୍ୟ, ସବୁଠୁ ଅଧିକ ଗରମ ହେଉଥିବା ବିଶ୍ୱର ୧୫ଟି ସହର ମଧ୍ୟରେ ଭାରତର ୮ଟି ସହର ସ୍ଥାନ ପାଇଛି । ସେଗୁଡିକ ହେଲା ରାଜସ୍ଥାନର ଚୂରୁ, ବିକାନେର୍, ପିଲାନୀ, ଜୈଶଲମେର ଏବଂ ଗଙ୍ଗାନଗର, ଉତ୍ତରପ୍ରଦେଶର ବାନ୍ଦ୍ରା, ମଧ୍ୟପ୍ରଦେଶର ନୌଗାଁଓ ଏବଂ ହରିଆଣାର ନାରତୌଲ ସାମିଲ ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ