ତେଲେଙ୍ଗାନା ପୋଲିସର ଏନ୍‌କାଉଣ୍ଟର ମାମଲାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ହାଇଦ୍ରାବାଦଠାରେ ଭେଟେନାରୀ ଡାକ୍ତରାଣୀଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ହୋଇଥିବା ଏନକାଉଣ୍ଟର ଉପରେ ସୁପ୍ରିମକୋର୍ଟରେ ଶୁଣାଣି ଆରମ୍ଭ ହୋଇଛି। ଏନକାଉଣ୍ଟର କରିଥିବା ପୋଲିସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଥିବା ମାମଲାରେ ପ୍ରଧାନ ବିଚାରପତି ଜଷ୍ଟିସ ଏସଏ ବୋବଡେ ଏହି ମାମଲାର ସ୍ୱତନ୍ତ୍ର ଯାଞ୍ଚ କରାଯିବା ଆବଶ୍ୟକତା ରହିଛି ବୋଲି କହିଛନ୍ତି। ଲୋକଙ୍କୁ ସତ୍ୟ ଜାଣିବାର ଅଧିକାର ରହିଛି। ଆମେ ଏହି ମାମଲାର ନିଷ୍ପକ୍ଷ ତଦନ୍ତ ଚାହୁଁଛୁ। ସୁପ୍ରିମ୍‌କୋର୍ଟ ଏହି ମାମଲା ପାଇଁ ତିନି ସଦସୀୟ ତଦନ୍ତ କମିଟି ଗଠନର ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବତନ ସୁପ୍ରିମ୍‌କୋର୍ଟ ବିଚାରପତି ବିଏସ୍‌ ସିରପୁରକରଙ୍କ ନେତୃତ୍ବରେ ତିନିଜଣିଆ କମିଟି ଗଠନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି କମିଟିରେ ଅନ୍ୟତମ ସଦସ୍ୟ ଭାବେ ବମ୍ବେ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ରେଖା ବଲଦୋଟା ଓ ସିବିଆଇର ପୂର୍ବ ନିର୍ଦ୍ଦେଶକ କାର୍ତ୍ତିକେୟନ୍‌ ସାମିଲ୍‌ ରହିଛନ୍ତି। ଏହି କମିଟି ୬ ମାସ ମଧ୍ୟରେ ନିଜ ରିପୋର୍ଟ ଉପସ୍ଥାପନା କରିବେ। ଏହି ମାମଲାର ଅନ୍ତିମ ନିର୍ଦ୍ଦେଶ ନ ଆସିବା ପର୍ଯ୍ୟନ୍ତ ପ୍ରିଣ୍ଟ ଓ ଇଲେକ୍‌ଟ୍ରୋନିକ ଗଣମାଧ୍ୟମ ଉପରେ ଏହି ମାମଲା ସମ୍ପର୍କିତ କୌଣସି ଖବର ପ୍ରସାର ଓ ପ୍ରଚାର ଉପରେ ପ୍ରତିବନ୍ଧକ ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ